ବୁଧବାର ବନ୍ଦ ରହିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲାଗୁ ହୋଇଛି କଟକଣା। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ଜିଲ୍ଲା ପ୍ରଶାସନ ଅନୁରୂପ ପଦକ୍ଷେପ ନେଇଛି। ଚୈତ୍ର ମେଳା ପାଇଁ ନୂଆ ନିୟମ ଜାରି କରାଯାଇଛି।

ଏହି ନିୟମ ଅନୁଯାୟୀ ଏଣିକି ବୁଧବାର ବ୍ୟତୀତ ସପ୍ତାହର ଅନ୍ୟଦିନମାନଙ୍କରେ ମନ୍ଦିର ଖୋଲାରହିବ। ମନ୍ଦିର ପାର୍ଶ୍ୱ ଓ ଏହାର ନିକଟରେ କୌଣସି ବ୍ୟକ୍ତି ଭୋଜି କରିପାରିବେ ନାହିଁ। କୋଭିଡ୍ କଟକଣା ପାଇଁ ମୁଣ୍ଡନ ବନ୍ଦ ରହିବ। ପ୍ରତ୍ୟେକ ବୁଧବାର ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ। ଏହାଛଡା ସପ୍ତାହରେ ଦୁଇଦିନ ସର୍ବସାଧାରଣଙ୍କ ଦର୍ଶନ ପରେ ରାତ୍ରିକାଳୀନ ବିଶୋଧନ କରାଯିବ।

Leave a Reply

Your email address will not be published. Required fields are marked *

Back to top button