ଜିଓ ବଢାଇବ ଟାରିଫ

ନୂଆଦିଲ୍ଲୀ : ଏଣିକି ମୋବାଇଲ କଲ ମହଙ୍ଗା ହେବ। ଚଳିତ ସପ୍ତାହରେ ଦେଶର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କର ସେବା ତାରିଫ ମୂଲ୍ୟ ବଢାଇବେ। ଇତିମଧ୍ୟରେ ଭୋଡୋଫୋନ ଓ ଆଇଡିଆ ଓ ଏୟାରଟେଲ ତାରିଫର ମୂଲ୍ୟ ବୃଦ୍ଧି ଘୋଷଣା କରିଥିବା ବେଳେ ରିଲାଏନସ ଜିଓ ସେଇ ବାଟ ଧରିଛି। ଆଗାମୀ ୬ ତାରିଖରେ ଜିଓର ପ୍ଲାନ ୪୦ ପ୍ରତିଶତ ବୃଦ୍ଧି ପାଇବ। କିନ୍ତୁ କମ୍ପାନି କହିଛି ଜିଓ ଗ୍ରାହକଙ୍କ ପାଇଁ କିଛି ଆକର୍ଷକ ଅଫର ଅର୍ଥାତ ଅଲ ଇନ୍  ୱାନ ପ୍ଲାନ ରହିବ। କମ୍ପାନି ଦାବି ଅନ୍ୟ ସର୍ଭିସକୁ ଫୋନ କରୁଥିବା ଜିଓ ଗ୍ରାହକ ଏଥର ୩୦୦ ପ୍ରତିଶତ ଅଧିକ ଲାଭ ପାଇବେ। ଗ୍ରାହକଙ୍କ ସ୍ଵାର୍ଥକ ସର୍ବାଧିକ ଗୁରୁତ୍ଵ ଦିଆଯିବ। ଟାରିଫ ବୃଦ୍ଧି କରାଗଲେ ମଧ୍ୟ ସେମାନଙ୍କୁ ଆମେ ଅଧିକ ଫାଇଦା ଦେବୁ। ଟାରିଫ ସଂଶାେଧନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ସେବା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।