Breaking News ବାଣିଜ୍ୟ

ଡିସେମ୍ବର ୩୧ରୁ ଏସବିଆଇର ବନ୍ଦହେବ ପୁରୁଣା ଡେବିଟ୍ କାର୍ଡ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଘୋଷଣା କରିଛି ଏସବିଆଇ ଏଟିଏମ୍ କମ୍ ଡେବିଟ୍ କାର୍ଡ ଡିସେମ୍ବର ୩୧ ପରେ ବନ୍ଦ କରିଦେବ। ତେଣୁ କାର୍ଡକୁ ବଦଳାଇବାପାଇଁ ଗ୍ରାହକ ତୁରନ୍ତ ବ୍ୟାଙ୍କ ସହିତ ସମ୍ପର୍କ କରିବାକୁ କୁହାଯାଇଛି। ନଚେତ ନେଣଦେଣ ବନ୍ଦ ହୋଇଯିବ।

ଏସବିଆଇର ସୂଚନା ଅନୁଯାୟୀ ବର୍ତ୍ତମାନ ମ୍ୟାଗନେଟିକ୍ ଷ୍ଟ୍ରିପ୍ଡ ଡେବିଟ୍ କାର୍ଡର ବ୍ୟବହାର କରିବାକୁ ଯାଉଛି। ୨୦୨୦ ଜାନୁଆରୀ ୧ରୁ କେବଳ ଇଏମଭି ଚିପ୍ ଓ ପିନ୍ ନମ୍ବର ଥିବା କାର୍ଡ ବ୍ୟବହାର କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଏଭଳି କରିବା ଜରୁରୀ ଅଟେ। ଠକେଇରୁ ବଞ୍ଚିବା ପାଇଁ ବ୍ୟାଙ୍କକୁ ଆରବିଆଇରୁଏଭଳି କରିବାକୁ ନିର୍ଦ୍ଦେଶ ଦେଇଛି। ନୂଆ ଗ୍ରାହକଙ୍କୁ ଇଏମଭି ଚିପ୍ ଥିବା ଡେବିଟ୍ କାର୍ଡ ଦିଆଯାଉଛି। ଏହି କାର୍ଡ ନଥିଲେ ଗ୍ରାହକ ଡିସେମ୍ବର ୩୧ ପରେ ଟଙ୍କା ଉଠାଇ ପାରିବେ ନାହିଁ। ପୁରୁଣା କାର୍ଡ ବଦଳାଇବାକୁ କୌଣସି ପ୍ରକାର ମୂଲ୍ୟ ଲାଗିବନି। ଇଏମଭି କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ ଗ୍ରାହକଙ୍କର ବର୍ତ୍ତମାନ ଠିକଣା ଅପଡେଟ୍ ରହିବା ଦରକାର। ନୂଆକାର୍ଡ ଗ୍ରାହକଙ୍କ ରେଜିଷ୍ଟଡ୍ ଠିକଣାରେ ହିଁ ପଠାଯିବ। ଯଦି ଠିକଣା ଭୁଲ୍ ଥିବା ତାହେଲେ ଗ୍ରାହକଙ୍କୁ କାର୍ଡ ମିଳିବ ନାହିଁ। ତାହା ପୁଣି ବ୍ୟାଙ୍କ୍ ପାଖକୁ ଫେରିଯିବ।

ମତାମତ ଦିଅନ୍ତୁ ।