April 6, 2020

ସୁନା-ରୂପା ଦାମ୍ କମିଲା

ନୁଆଦିଲ୍ଲୀ : ଗ୍ଲୋବାଲ୍ ମାର୍କେଟରେ ଦୁର୍ବଳତା ଯୋଗୁଁ ସୋମବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନାର ଦାମ୍ ୨୩୩ ଟଙ୍କା ଓ ରୂପାର କିଲୋଗ୍ରାମ ଦାମ୍ ୧୫୭ ଟଙ୍କା ହ୍ରାସ ପାଇଛି। ସୋମବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମର ଦାମ୍ ୪୧,୭୯୮ ଟଙ୍କାରୁ ହ୍ରାସ ପାଇ ହୋଇଛି ୪୧,୫୬୫ ଟଙ୍କା। ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ମୂଲ୍ୟ ରହିଛି ୧୫୭୯ ଡଲାର୍। ସେହିପରି ରୂପା ଦାମ୍ ୪୭,୩୨୭ ଟଙ୍କାରୁ ହ୍ରାସ ପାଇ ପ୍ରତି କିଲୋଗ୍ରାମ ମୂଲ୍ୟ ୪୭,୧୭୦ ଟଙ୍କା ହୋଇଯାଇଛି। ଅନ୍ତର୍ଜାତୀୟ ବଜାରରେ ପ୍ରତି ଆଉନ୍ସ ରୂପା ଦାମ ୧୭.୭୪ ଡଲାର୍ ରହିଛି।

Leave a Reply

Your email address will not be published. Required fields are marked *