April 7, 2020

୫ପୈସା ଡଟ୍ କମ୍ ପକ୍ଷରୁ ନିବେଶକଙ୍କ ପାଇଁ ସ୍ୱତନ୍ତ୍ର ପୋର୍ଟଫୋଲିଓ ଆନାଲାଇଜର୍‌

ଭୁବନେଶ୍ୱର : ୫ପୈସା ଡଟ୍ କମ୍ ପକ୍ଷରୁ ନିବେଶକମାନଙ୍କ ପାଇଁ ସ୍ୱତନ୍ତ୍ର ପୋର୍ଟଫୋଲିଓ ଆନାଲାଇଜର୍ ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଅତ୍ୟାଧୁନିକ ଆନାଲିଟିକ୍ସ ସହିତ ସଂସ୍ଥା ଭିତରେ ବିକଶିତ କରାଯାଇଥିବା ପ୍ରଯୁକ୍ତିକୁ ବ୍ୟବହାର କରି ଏହି ପୋର୍ଟଫୋଲିଓ ଆନାଲାଇଜର୍‌କୁ ପ୍ରସ୍ତୁତ କରାଯାଇଛି। ଯାହା ଷ୍ଟକର ଲାଭ ଓ କ୍ଷତି ବ୍ୟତୀତ ଭିନ୍ନ ଆନାଲିଟିକ୍ସ ପ୍ରଦାନ କରିବ।

୫ପୈସା ଡଟ୍ କମ୍‌ର ସିଇଓ ପ୍ରକାଶ ଗଗଦାନି କହିଛନ୍ତି ଆଜି ପର୍ଯ୍ୟନ୍ତ ଆପଣମାନଙ୍କୁ କେବଳ ଷ୍ଟକର ଲାଭ ଓ କ୍ଷତି ପ୍ରଦର୍ଶିତ କରାଯାଉଥିଲା। ଏପର୍ଯ୍ୟନ୍ତ କେହି ପୋର୍ଟଫୋଲିଓର ଅଧିକ ଆନାଲିଟିକ୍ସ ପ୍ରଦାନ କରୁନଥିଲେ। ଭାରତର ପ୍ରଥମ ବ୍ରୋକର ଭାବେ ଆମେ ଏହି ବୈଶିଷ୍ଟ୍ୟର ଶୁଭାରମ୍ଭ କରିଛୁ। ଏଭଳି ଅଭିନବ ଟୁଲସ୍ ଆପଣଙ୍କୁ ପ୍ରଦାନ କରିବ ଯାହା ଜରିଆରେ ଆପଣ ନିଜର ପୋର୍ଟଫୋଲିଓକୁ ଅନୁଶୀଳନ କରି ନିବେଶରେ ଉନ୍ନତି ଆଣିପାରିବେ। ଏଥିରେ ରହିଛି
ଏନ୍‌ଏଭି, ଡିଭିଏମ୍ ସ୍କୋର, ଡିସିସନ୍ ଆନାଲିଟିକ୍ସ, କନସେଟ୍ରେସନ ଆନାଲିସିସ, ରୋଲିଂ ରିଟର୍ଣ୍ଣ, ଭାଲୁଏସନ ଟ୍ରେ୍‌ଣ୍ଡ୍ ଓ ଗ୍ରୋଥ୍ ଟ୍ରେଣ୍ଡ୍ ଭଳି ସୁବିଧା।

Leave a Reply

Your email address will not be published. Required fields are marked *