April 3, 2020

କରୋନା ପାଇଁ ଜିଓ ଆଣିଲା ନୂଆ ପ୍ଲାନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଅଧିକାଂଶ କର୍ପୋରେଟ କମ୍ପାନୀ ଓ ଅଫିସ କର୍ମଚାରୀଙ୍କୁ ‘ଓ୍ଵାର୍କ ଫର୍ମ ହୋମ୍‌’ର ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ନୂଆ ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୨୫୧ଟଙ୍କା। ଜିଓ ଏହି ରିଚାର୍ଜ ପ୍ଲାନ୍‌କୁ ‘ଓ୍ଵାର୍କ ଫର୍ମ ହୋମ୍‌ ପ୍ୟାକ୍‌’ର ନାମ ଦେଇଛି। ଏହି ପ୍ଲାନରେ ୨୫୧ଟଙ୍କା ରିଚାର୍ଜ ପ୍ୟାକ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ। ଡାଟା ଶେଷ ହେବା ପରେ ଇଣ୍ଟରନେଟ ସ୍ପିଡ୍‌ କମ୍‌ ହୋଇଯିବ। ଏହି ପ୍ୟାକ୍‌ର ବୈଧତା ରହିଛି ୫୧ଦିନ। କିନ୍ତୁ ଏଥିରେ ଗ୍ରାହକଙ୍କୁ ଭଏସ୍‌ କଲ ଓ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ ନାହିଁ।

ପୂର୍ବରୁ ଜିଓ କିଛି ଡାଟା ଭାଉଚର ପ୍ଲାନ୍‌ ଅପଗ୍ରେଡ୍‌ କରିଥିଲା। ଏଥିରେ ଅଧିକ ଡାଟା ସହିତ ଅନ୍ୟ ନେଟଓ୍ଵାର୍କକୁ ମାଗଣାରେ କଥା ହେବାର କମ୍ପାନି ଅଫର ରହିଥିଲା। ୪ଜି ଡାଟା ଭାଉଚରକୁ ଜିଓ ଗ୍ରାହକ ସେତେବେଳେ ଯାଇ ରିଚାର୍ଜ କରିପାରିବେ ଯେତେବେଳେ ତାଙ୍କ ପାଖରେ ପୂର୍ବରୁ ଏକ ଆକ୍ଟିଭ ପ୍ଲାନ୍‌ ରହିଥିବ। ଏହାବ୍ୟତୀତ ଲାଟେଷ୍ଟ ଅପଗ୍ରେଡ ସହିତ ୪ଜି ଜିଓ ପ୍ରିପେଡ ଡାଟା ଭାଉଚର୍ସ ଏବେ ୧୧ଟଙ୍କା, ୨୧ଟଙ୍କା, ୫୧ଟଙ୍କା ଓ ୧୦୧ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।

Leave a Reply

Your email address will not be published. Required fields are marked *