April 3, 2020

ପେଟ୍ରୋଲ-ଡିଜେଲ୍ ଉପରେ ରାଜସ୍ଥାନ ସରକାର ବଢାଇଲେ ୪ ପ୍ରତିଶତ ଭାଟ୍

ନୂଆଦିଲ୍ଲୀ : ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ୪ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ପେଟ୍ରୋଲ ଉପରେ ଭାଟ୍ ୩୦ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଡିଜେଲ୍‌ରେ ଭାଟ୍ ୨୨ ପ୍ରତିଶତରୁ ହୋଇଛି ୨୬ ପ୍ରତିଶତ। ଫଳରେ ଜୟପୁରରେ ପେଟ୍ରୋଲ ଲିଟର ପିଛା ୭୫.୫୭ ଟଙ୍କା ଓ ଡିଜେଲ୍ ୬୯.୨୬ ଟଙ୍କାରେ ପହଞ୍ଚିଛି। ରାଜ୍ୟ ସରକାର ଗତ ବର୍ଷ ଜୁଲାଇରେ ଚାରି ପ୍ରତିଶତ ଭାଟ୍ ବୃଦ୍ଧି କରିଥିଲେ।

Leave a Reply

Your email address will not be published. Required fields are marked *