April 3, 2020

ତିନିମାସ ଋଣ କିସ୍ତି ନନେବାକୁ ଆରବିଆଇର ବ୍ୟାଙ୍କଗୁଡିକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍ ପାଇଁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୦.୭୫ ପ୍ରତିଶତ ହ୍ରାସ କରିଛି। ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଠାରୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବକେୟା କିସ୍ତି ନନେବାକୁ ଆରବିଆଇ ବ୍ୟାଙ୍କ ଗୁଡ଼ିକୁ ପ୍ରସ୍ତାବ ଦେଇଛି। ସମସ୍ତ ଆଞ୍ଚଳିକ, ଗ୍ରାମୀଣ, ସମବାୟ ଓ ହାଉସିଂ ଫାଇନାନ୍ସ କମ୍ପାନୀକୁ ମଧ୍ୟ ଏହି ପରମର୍ଶ ଦିଆଯାଇଛି। ତେବେ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ନିଜସ୍ୱ ନିଷ୍ପତ୍ତି ନେବେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କିସ୍ତି ତିନିମାସ ବିଳମ୍ୱ ହେଲେ ମଧ୍ୟ ଏହାର ପ୍ରଭାବ କୌଣସି ବ୍ୟକ୍ତିଙ୍କ କ୍ରେଡିଟ୍ ଇତିହାସ ଉପରେ ପଡ଼ିବନି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *