ଜୁନ୍ ୧ରୁ ଟ୍ରେନ ସେବା, ଗୁରୁବାରଠାରୁ ଟିକେଟ୍ ବୁକିଂ

ନୂଆଦିଲ୍ଲୀ : ଆସନ୍ତା ଜୁନ ୧ରୁ ସମଗ୍ର ଦେଶରେ ୧୦୦ଟି ରୁଟ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଏହି ରୁଟ୍‌ରେ ଉଭୟ ପଟୁ ୨୦୦ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍‌ରେ ରହିବ ଏସି ଓ ବିନା ଏସିର ଡବା। ଆସନ୍ତାକାଲି ଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ। ସ୍ପେଶାଲ ଟ୍ରେନ୍‌ରେ ଯେଉଁସବୁ ନିୟମ ଲାଗୁ ହୋଇଛି ତାହା ଏସବୁ ଟ୍ରେନ୍‌ରେ ଲାଗୁ ହେବ ବୋଲି ରେଲବାଇ ପକ୍ଷରୁ କୁହାଯାଉଛି। ଏଥିରେ ୭୩ଟି ଏକ୍ସପ୍ରେସ୍ ଟ୍ରେନ୍, ୫ ଦୂରନ୍ତ ଓ ବାକି ଜନ ଶତାବ୍ଦି ଟ୍ରେନ୍ ସାମିଲ। ଏହି ଟ୍ରେନ୍‌ ଗୁଡିକରେ ଜେନେରାଲ ବଗି ରହିବ ନାହିଁ। ଏହି ଜାଗାରେ ସେକେଣ୍ଡ ସିଟିଂ ଡବାର ଭଡା ଆଦାୟ କରାଯିବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ସିଟ୍‌ ଦିଆଯିବ। କିନ୍ତୁ ଟ୍ରେନ୍‌ରେ ତତ୍କାଳ ଓ ପ୍ରିମିୟମ ତତ୍କାଳଟିକେଟ୍ ବୁକିଂ ହେବ ନାହିଁ।

ମତାମତ ଦିଅନ୍ତୁ ।