ଇଷ୍ଟକୋଷ୍ଟ ପକ୍ଷରୁ ଜୁନ୍ ୧ରୁ ଚାଲିବ ୧୨ ଯୋଡ଼ା ଟ୍ରେନ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧ ତାରିଖରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ। ସେହିପରି ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ, ହାୱ ଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ-ଆଲେପି ଏକ୍ସପ୍ରେସ, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ, ହାୱଡା-ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ ଚାଲିବା ନେଇ ଇଷ୍ଟକୋଷ୍ଟ ରେଲଓ୍ୱ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।