୧୦ରୁ ୪ଟା ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବାକୁ ଜାରି ରହିଥିବା ଲକଡାଉନ ସମୟରେ ବିଭିନ୍ନ ସରକାରୀ ଅଫିସ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏଣିକି ୧୦ରୁ ୪ଟା ବ୍ୟାଙ୍କ ଖୋଲିବ। ଓଡ଼ିଶା ସରକାର ସରକାରୀ ଅଫିସ ଓ ବ୍ୟାଙ୍କଗୁଡ଼ିକୁ ପୂର୍ଣ୍ଣ ଉପସ୍ଥାନ ସହ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ଲୋକମାନଙ୍କୁ ସ୍ୱାଭାବିକ ଭାବେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ସବୁ ସିଡ୍ୟୁଲଡ ବ୍ୟାଙ୍କ,ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ବ୍ୟାଙ୍କ ସବୁ କାର୍ଯ୍ୟଦିବସରେ ନିଜର ପୂର୍ଣ୍ଣ କର୍ମଚାରୀ କ୍ଷମତା ସହ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲି ଲୋକମାନଙ୍କୁ ସେବା ଯୋଗାଇଦେବେ। ସେହିପରି ବ୍ୟାଙ୍କିଙ୍ଗ କରେସପଣ୍ଡେନ୍ସ ଓ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର ସର୍ଭିସ ପଏଣ୍ଟ) ଗୁଡ଼ିକ ସକାଳ ୭ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଖୋଲିବେ। ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ଏଗୁଡ଼ିକ ଖୋଲି ସେବା ଯୋଗାଇପାରିବେ।

ମତାମତ ଦିଅନ୍ତୁ ।