ରେପୋ ରେଟ୍ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ: କୋରନା ସଙ୍କଟରୁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ୨୦ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିସାରିଥିବାବେଳେ ଆଜି ଆର୍‌ବିଆଇ ପୁଣି ଏକ ବଡ଼ ଘୋଷଣା କରିଛି । ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରେପୋ ରେଟ୍ କମ୍ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ରେପୋ ରେଟ୍ କମିବା ପରେ ବର୍ତମାନ ୪.୪୦ରୁ ଖସି ୪ ପ୍ରତିଶତ ହୋଇଯାଇଛି ।
ଆର୍‌ବିଆଇ ଗଭର୍ନର କହିଛନ୍ତି ଯେ, ଗତ ୩ଦିନରେ ଏମ୍‌ଏସ୍‌ପି, ଘରୋଇ ଓ ବିଶ୍ୱର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହା ପରେ ରେପୋ ରେଟ୍‌କୁ ୦.୪୦ ପ୍ରତିଶତ କମ୍ କରିବାକୁ ନିଷ୍ପତି ନିଆଯାଇଥିଲା । ଲକ୍‌ଡାଉନ୍ ସମୟରେ ଦ୍ୱିତୀୟଥର ପାଇଁ ଆର୍‌ବିଆଇ ରେପୋ ରେଟ୍ କମାଇଛି । ଏହା ପୂର୍ବରୁ ୨୭ ମାର୍ଚ୍ଚରେ ରେପୋ ରେଟ୍‌କୁ ୦.୭୫ପ୍ରତିଶତ କମାଇ ଦେଇଥିଲା । ଏହା ପରେ ବ୍ୟାଙ୍କ ଗୁଡ଼ିକ ଲୋନ୍ ଉପରୁ ସୁଧ ହାର ହ୍ରାସ କରିଦେଇଥିଲେ ।
ଲକ୍‌ଡାଉନ୍ ପ୍ରାରମ୍ଭରେ ଆର୍‌ବିଆଇ ବ୍ୟାଙ୍କମାନଙ୍କୁ ୩ମାସ ଲାଗି ଇଏମ୍‌ଆଇ ଛାଡ଼ିଦେବାକୁ କହିଥିଲା । ଯାହାକୁ ଅଧିକାଂଶ ବ୍ୟାଙ୍କ ଏହାକୁ ମାନିନେଇଥିଲେ । ବର୍ତମାନ ଆଉ ୩ମାସ ପାଇଁ ଇଏମ୍‌ଆଇ ଛାଡ଼ କରିଥିବାରୁ ଗ୍ରାହକଙ୍କୁ ୬ମାସ ପାଇଁ ଏହି ଚିନ୍ତାରୁ ମୁକ୍ତି ମିଳିଛି । ଫଳରେ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ମଧ୍ୟ ଭଲ ରହିବା ସହ ଏଥିରେ ଡିଫଲଡର୍ ହେବେନାହିଁ । ମାତ୍ର ଏଥିପାଇଁ ଅତିରିକ୍ତ ସୁଧ ଦେବାକୁ ପଡ଼ିବ । ଏହା ଯୋଗୁଁ ୨୦୨୦-୨୧ର ପ୍ରଥମ ୬ମାସ ଦେଶର ଜିଡିପି ନେଗେଟିଭ୍ ରହିବ । ତେବେ ବର୍ଷର ଦ୍ୱିତୀୟ ଭାଗରେ ଗ୍ରୋଥ୍ ରେଟ୍ ବଢ଼ିବାର ସମ୍ଭାବନା ରହିଛି । ତେବେ ଆର୍‌ବିଆଇ ରିଭର୍ସ ରେପୋ ରେଟ୍‌ରେ କୌଣସି ପରିବର୍ତନ କରିନାହିଁ ।

ମତାମତ ଦିଅନ୍ତୁ ।