ବ୍ୟବସାୟୀଙ୍କୁ ଠାରୁ ଟଙ୍କା ଓ ସୁନାଚେନ ଲୁଟ୍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନାଚେନ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ପିପିଲି ଥାନା ପୋଲିସ ଏହାର ତଦନ୍ତ କରୁଛି।

ଖବର ଅନୁଯାୟୀ ସୋମବାର ରାତିରେ ପିପିଲିର ପୋଡଙ୍ଗ ଗାଁର ପରିବା ବ୍ୟବସାୟୀ ନିରଂଜନ ନାୟକ ଲୁଟର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କୁ ଆକ୍ରମଣ କରି ସୁନା ଚେନ ଓ ୪୦ହଜାର ଟଙ୍କା ନେଇଯାଇଛନ୍ତି। କ୍ରମାଗତ ଭାବେ ଏହି ରାସ୍ତାରେ ଲୁଟ ହେଉଥିବା ବେଳେ ମାସକ ମଧ୍ୟରେ ୧୪ରୁ ଅଧିକ ଏପରି ଘଟଣା ଘଟିଛି। କିନ୍ତୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ମତାମତ ଦିଅନ୍ତୁ ।