ବ୍ୟାଗରେ ପୁଅର ମୃତଦେହ ପୂରାଇ ୩କିମି ଚାଲିଲା ବାପା

ବିହାର : ଆମ୍ବୁଲାନ୍ସ ମିଳିଲାନି। ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ତିନି କିଲୋମିଟର ଚାଲି ବାପା ହସ୍ପିଟାଲରେ ପହଞ୍ଚିଥିଲେ। ଏପରି ଦୁଃଖଦ ଘଟଣା ବିହାର କାଟିହାର ଜିଲ୍ଲାରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଲେରୁ ଯାଦବଙ୍କ ପୁଅ ହରିଓମ ଯାଦବ ଗତ ୨୬ ତାରିଖରେ ଘରୁ ଟିଣ୍ଟେଙ୍ଗା ଘାଟରୁ ଯାଇଥିଲେ। ଘରକୁ ନଫେରିବାରୁ ବାପା ଲେରୁ ପୁଅର ନିଖୋଜ ନେଇ ଗୋପଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୁଅକୁ ଖୋଜାଖୋଜି ଆରମ୍ଭ କରିଥିଲା। ହେଲେ ଖେରିଆ ଘାଟରୁ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ପୋଲିସ ଲେରୁ ଯାଦବଙ୍କୁ ଖବର ଦେଇଥିଲା। ଲେରୁ ମୃତଦେହର ପୋଷାକ ଦେଖି ନିଜ ପୁଅ ବୋଲି ଚିହ୍ନଟ କରି ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଡକେଇବାକୁ ପୋଲିସକୁ କହିଥିଲେ। କିନ୍ତୁ ଆମ୍ବୁଲାନ୍ସ ଡକେଇ ପାରିବେନି ବୋଲି ପୋଲିସ ମନା ଦେବାରୁ ଲେରୁ ଅନ୍ୟ କୌଣସି ଉପାୟ ନପାଇ ପାଖରେ ଥିବା ଏକ ବଡ଼ ବ୍ୟାଗରେ ପୁଅ ମୃତଦେହକୁ ପୁରାଇଥିଲେ। ପ୍ରାୟ ୩ କିଲୋମିଟର ଚାଲି ଭାଗଲପୁର ହସ୍ପିଟାଲରେ ପହଞ୍ଚିଥିଲେ।

ଏହି ଘଟଣାର ଭିଡିଓ ଦେଖିବା ପରେ ଏସଡିପିଓ ଅମରକାନ୍ତ ଝା ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ଵସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button