ବ୍ୟାଙ୍କ ଗ୍ରାହକ ସେବା ସମୟ ବଦଳିଲା

0

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଓଡ଼ିଶାରେ ବ୍ୟାଙ୍କର ଗ୍ରାହକ ସେବା ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କ ଗୁଡ଼ିକ ଗ୍ରାହକ ସେବା ସକାଳ ୧୦ଟାରୁ ୨ ଟା ଓ ବ୍ୟାଙ୍କିଙ୍ଗ୍ ସମୟ ୧୦ଟାରୁ ୪ଟା ଯାଏଁ ରହିବ। ଏହି ନୂତନ ସମୟ ଏପ୍ରିଲ ୨୬ ତାରିଖରୁ ମଇ ୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ରାଜ୍ୟ ଅର୍ଥ ବିଭାଗ ଆଜି ଏ ସମ୍ପର୍କରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)କୁ ଚିଠି ଲେଖି ଅବଗତ କରିଛି।

ସୋମବାର ଅର୍ଥ ବିଭାଗ ଲେଖିଥିବା ଚିଠିରେ କୁହାଯାଇଛି ପ୍ରଶାସନିକ କାର୍ଯ୍ୟାଳୟ ଓ ବ୍ୟାଙ୍କର ଶାଖାଗୁଡ଼ିକ ରୋଟେସନ୍ ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଶନିବାର ସଟ୍ ଡାଉନ୍ ରହୁଥିବାରୁ ସମସ୍ତ ସହରାଞ୍ଚଳ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ଶାଖାର ବ୍ୟବସାୟକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା ଆବଶ୍ୟକ। ଏଠିପାଇଁ କର୍ମଚାରୀଙ୍କ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ଉପଯୁକ୍ତ ନିଷ୍ପତ୍ତି ନିଆଯାଇପାରେ। ଏହାଛଡ଼ା ସମସ୍ତ ବ୍ୟାଙ୍କ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.