Breaking Newsଅପରାଧ
ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବରିମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଆଜି ଅପରାହ୍ନରେ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ ହୋଇଛି। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟେରାମାନେ ଏହି କାଣ୍ଡ ଘଟାଇଛନ୍ତି।
ଖବର ଅନୁଯାୟୀ ସୋମବାର ସନ୍ଧ୍ୟାରେ ବରିମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା କର୍ମଚାରୀମାନେ ବ୍ୟାଙ୍କ ବନ୍ଦବା ପୂର୍ବରୁ ଜଣେ ଦୁର୍ବୃତ୍ତ ଭିତରକୁ ପ୍ରବେଶ କରିଥିଲା। ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରିବା ପରେ କ୍ୟାସିୟରଙ୍କ ଡ୍ରୟରରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଫେରାର ହୋଇଯାଇଥିଲା। ବ୍ୟାଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।