ବ୍ୟୋମକେଶ ଯୁବ ଓ ଦେବୀରଞ୍ଜନ ଛାତ୍ର ବିଜେଡ଼ି ସଭାପତି

ଭୁବନେଶ୍ୱର : ବିଜୁ ଜନତା ଦଳର ଛାମୁଆ ସଂଗଠନ ଯୁବ ଓ ଛାତ୍ର ବିଜେଡ଼ିର ସଭାପତି ନିଯୁକ୍ତି ହୋଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳର ସଭାପତି ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଏହି ନିଷ୍ପତ୍ତିକୁ ରବିବାର ଦଳର ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା କରିଛନ୍ତି। ବ୍ୟୋମକେଶ ପୂର୍ବରୁ ଛାତ୍ର ବିଜେଡ଼ିର ସଭାପତି ଥିଲେ। ସେହିପରି ପ୍ରଥମ ଥର ପାଇଁ ବାଙ୍କୀରୁ ବିଧାୟକ ହୋଇଥିବା ଦେବୀରଞ୍ଜନଙ୍କୁ ଛାତ୍ର ବିଜେଡ଼ିର ସଭାପତି ଦାୟିତ୍ଵ ମିଳିଛି। ସେ ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କର ପୁଅ।

ମତାମତ ଦିଅନ୍ତୁ ।