କରୋନା : ଉତ୍କଳ ବିଶ୍ୱବିଦ୍ୟାଳୟର ୩ ବିଭାଗ ସିଲ୍

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ତିନୋଟି ବିଭାଗକୁ ସିଲ୍ କରିଦିଆଯାଇଛି। ଏହି ବିଭାଗ ଗୁଡିକ ହେଲା ଅର୍ଥଶାସ୍ତ୍ର, ଇଂରାଜୀ ଓ ଦର୍ଶନଶାସ୍ତ୍ର। ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

ସୀମା ବିବାଦର ସମାଧାନ ଉପରେ ଗୁରୁତ୍ଵ ଦେବେ ଭାରତ-ଚୀନ୍

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଚୀନ ଓ ଭାରତ ସମ୍ପର୍କ ବିଗିଡିବାରେ ଲାଗିଛି। ଏହାର ସମାଧାନ ପାଇଁ ଆଜି ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ହୋଇଛି ଆଲୋଚନା। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ସୀମା ବିବାଦର ସମାଧାନ ଉପରେ ଦୁଇଦେଶ ଗୁରୁତ୍ୱ ଦେବେ। ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଧାରରେ ସମସ୍ୟାର ସମାଧାନ ହେବ। କିନ୍ତୁ ସୀମାରୁ ଭାରତ କୌଣସି ପରିସ୍ଥିତିରେ […]

ଅଧିକ ପଢନ୍ତୁ

କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପାଟଣା ଗ୍ରାମରେ ଆଜି ଅଘଟଣ ଘଟିଛି। କୂଅ ସଫା କରିବା ବେଳେ ୨ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ରହିଛି। ମୃତକ ଦ୍ୱୟ ହେଲେ କୈଳାସ ପ୍ରଧାନ ଓ ପ୍ରଦୀପ ପ୍ରଧାନ। ଗୁରୁତର ବାବୁଲା ପ୍ରଧାନଙ୍କୁ ମେଡିକାଲରେ  ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ

ଅଲକାଏଦା ମୁଖ୍ୟ ଡ୍ରୋକଡେଲ୍ ନିହତ

ଆଲଜେରିଆ : ଫ୍ରାନ୍ସ ସେନା କାର୍ଯ୍ୟାନୁଷ୍ଠାନରେ ଅଲକାଏଦା ମୁଖ୍ୟ ଆବଦେଲମାଲେକ୍ ଡ୍ରୋକଡେଲ୍ ନିହତ ହୋଇଛି। ଗତ ୭ ବର୍ଷ ଧରି ସେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟାକଳାପରେ ସଂପୃକ୍ତ ଥିଲା। ଗତ ୩ ତାରିଖରେ ଫ୍ରାନ୍ସ ସେନା ଡ୍ରୋକଡେଲ୍ ବିରୋଧରେ ବଡ ଧରଣର ଅପରେସନ ଆରମ୍ଭ କରିଥିଲା। ଏଥିରେ ଡ୍ରୋକଡେଲ ପ୍ରାଣ ହରାଇଥିବା ବେଳେ ତାର ଅନେକ ସହଯୋଗୀ ମଧ୍ୟ ନିହତ ହୋଇଛନ୍ତି। ଏହି ଅପରେସନ ଆଲଜେରିଆର ଉତ୍ତର ମଲୀରେ ଚାଲିଥିଲା ବୋଲି ଫ୍ରାନ୍ସ ସଶସ୍ତ୍ର ସେନା ମନ୍ତ୍ରୀ […]

ଅଧିକ ପଢନ୍ତୁ

ସୋମବାରରୁ ୬୬ ରୁଟରେ ଚାଲିବ ଓଏସଆରଟିସି ବସ୍

ଭୁବନେଶ୍ୱର : ରାଜ୍ୟର ସାଧାରଣ ଲୋକଙ୍କ ପାଇଁ ସୋମବାରଠାରୁ ଓଏସଆରଟିସି ବସ୍ ସେବା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ଚଳାଚଳ କରିବ ବସ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଯାତ୍ରା ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ଵ। ବସରେ କେହି ଛିଡା ହୋଇ ଯାତ୍ରା କରିପାରିବେ ନାହିଁ। ସିଟ ଅନୁଯାୟୀ ଯାତ୍ରୀ ଯିବେ। ଏହି ସୂଚନା ଦେଇଛନ୍ତି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେ କହିଛନ୍ତି ସାଧାରଣ ଜନତାଙ୍କ […]

ଅଧିକ ପଢନ୍ତୁ

ନୌସେନା ଗୁପ୍ତଚର ବୃତ୍ତି: ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଘାଟିରେ ହୋଇଥିବା ଗୁପ୍ତଚରବୃତ୍ତି ଘଟଣାର ଚେର ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଲମ୍ବିଛି। ଏ ସମ୍ପର୍କରେ ଏନଆଇଏ ଜାଣିପାରିଥିବା ବେଳେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଆଜି ମୁମ୍ବାଇରୁ ଗିରଫ କରିଛି। ତାଙ୍କ ନାଁ ଅବଦୁଲ ରେହେମାନ ଅବଦୁଲ ଜବାର ସେଖ। ତାଙ୍କ ଘରୁ ଅନେକ ଆପତ୍ତିଜନକ କାଗଜପତ୍ର ଓ ଡିଜିଟାଲ ଡିଭାଇସ ଜବତ ହୋଇଛି। ଜେରା ବେଳେ ସେ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ଼ କରୁଥିବା ସ୍ୱୀକାର କରିଛି। ଏହା ପୂର୍ବରୁ ୧୪ ଜଣଙ୍କୁ […]

ଅଧିକ ପଢନ୍ତୁ

ମାସିକ କୋଟିଏ ଟଙ୍କା ଦରମା ନେଉଥିବା ଶିକ୍ଷୟିତ୍ରୀ ଗିରଫ୍

ଲକ୍ଷ୍ନୌ : ଗୋଟିଏ ସ୍କୁଲରେ ଚାକିରି କରି ୨୫ଟି ସ୍କୁଲରୁ ଦରମା ନେଉଥିବା ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଛି। ଏହି ଶିକ୍ଷୟିତ୍ରୀ ଜଣଙ୍କ ଉତ୍ତର ପ୍ରଦେଶର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର। ନାଁ ଅନାମିକା ଶୁକ୍ଳା। ତାଙ୍କ ନାମରେ ଅଭିଯୋଗ ଉଠିବା ପରେ ସେ ଆଜି ତାଙ୍କ ଇସ୍ତଫା ପତ୍ର ଅନ୍ୟ ଜଣଙ୍କ ହାତରେ ପ୍ରଶାସନ ପାଖକୁ ପଠାଇଥିଲେ। ଏହାପରେ ସେହି ବ୍ୟକ୍ତି ଜଣଙ୍କୁ ପୁଲିସ ଅଟକ ରଖିବା ସହିତ ଶିକ୍ଷୟିତ୍ରୀଙ୍କୁ ରାସ୍ତାରୁ ଗିରଫ୍ କରିଛି। […]

ଅଧିକ ପଢନ୍ତୁ

୧୦୪ ଫୋନ୍ ନଉଠାଇଲେ ମାମଲା

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜାରି କରିଛନ୍ତି ୧୦୪ ହେଲପ୍‌ଲାନ୍‌ ନମ୍ବର। ଏହି ନମ୍ବରରେ କରୋନା ସମ୍ପର୍କିତ ତଥ୍ୟ ମିଳୁଥିଲେ ହେଁ କିଛି ଲୋକ ଏହାକୁ ଅଣଦେଖା କରୁଛନ୍ତି। ଏଣିକି ୧୦୪ରୁ ଯାଉଥିବା ଫୋନ୍‌ ଯଦି କେହି ଗ୍ରହଣ ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସେହିପରି ସରକାରଙ୍କ ପକ୍ଷରୁ କୁହାଯାଇଛି ବିଦେଶ ଫେରନ୍ତା ଏଥିପାଇଁ ସହଯୋଗ […]

ଅଧିକ ପଢନ୍ତୁ

ଭୁବନେଶ୍ୱରରୁ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରୁ ଭୁବନେଶ୍ଵରରୁ ଆଜି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍‌ ବୋଲି ଭୁବନେଶ୍ଵର ମହାନଗର ନିଗମ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨। ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାର ବିଷୟ […]

ଅଧିକ ପଢନ୍ତୁ

ସତର୍କ କରାଇଲେ ବାଗ୍‌ଚୀ : କରୋନା ମୁକାବିଲା ପାଇଁ ଜୁନ୍‌ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ। ତେଣୁ କରୋନା ମୁକାବିଲା ପାଇଁ ଜୁନ ମାସଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି ଏହା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି ରାଜ୍ୟରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲା। […]

ଅଧିକ ପଢନ୍ତୁ