ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଏସ୍‌ଓଏସ୍‍ ଚିଲ୍‌ଡ୍ରେନ୍ସ ଭିଲେଜେସର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀର ବାଣିଜ୍ୟ ବିଭାଗ ପରୀକ୍ଷାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‍ ଚିଲ୍‌ଡ୍ରେନ୍ସ ଭିଲେଜେସ୍‌ର ପୁଷ୍ପା ମୁଦୁଲି ଓ ଆଦ୍ୟାଶା ପାତ୍ର ଯଥାକ୍ରମେ ୮୭.୨% ଏବଂ ୮୪% ନମ୍ବର ରଖି ଭୁବନେଶ୍ୱର ମହାନଗର ପାଇଁ ଗର୍ବ ଆଣିଛନ୍ତି। ଏଥିସହିତ ରାଉରକେଲାସ୍ଥିତ ଏସ୍‌ଓଏସ୍‍ ଚିଲ୍‌ଡ୍ରେନ୍ସ ଭିଲେଜେସ୍‌ର ଗୀତା କୁମାରୀ ଦ୍ୱାଦଶ ଶ୍ରେଣୀ ବାଣିଜ୍ୟ ବିଭାଗ ପରୀକ୍ଷାରେ ୭୩.୪% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

ପୁଷ୍ପା, ଆଦ୍ୟାଶା ଓ ଗୀତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏସ୍‌ଓଏସ୍‍ ଚିଲ୍‍ଡ୍ରେନ୍ସ ଭିଲେଜେସ୍ ଅଫ୍ ଇଣ୍ଡିଆର ସେକ୍ରେଟାରି ଜେନେରାଲ ସୁଦର୍ଶନ ସୁଚି। ସେ କହିଛନ୍ତି ଆମ ପିଲାମାନେ ଚମତ୍କାର ସଫଳତା ହାସଲ କରୁଥିବା ଦେଖି ଆନନ୍ଦ ଅନୁଭବ ହେଉଛି। ପୁଷ୍ପା ଓ ଆଦ୍ୟାଶା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖି ଆମପାଇଁ ଗର୍ବ ଆଣିଦେଇଛନ୍ତି। ସେମାନେ ଯେଉଁଭଳି କଠିନ ପରିଶ୍ରମ କରିଛନ୍ତି ସେଥିପାଇଁ ସେମାନଙ୍କୁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବାକୁ ହେବ। ସେମାନଙ୍କର ଏସ୍‌ଓଏସ୍‍ ମା’ମାନେ ଯେଭଳି ନିରଳସ ଉଦ୍ୟମ କରିଛନ୍ତି ତାହାକୁ ମଧ୍ୟ ମୁଁ ସ୍ୱୀକୃତି ଜଣାଇବାକୁ ଚାହିଁବି। କାରଣ ସେମାନେ ନିଜ ପିଲାମାନଙ୍କ ସହିତ ଯଥେଷ୍ଟ ପରିଶ୍ରମ କରିଛନ୍ତି। ଅନ୍ୟ ପିଲାମାନଙ୍କୁ ମଧ୍ୟ ସେମାନଙ୍କ ସଫଳତା ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ଆମମାନଙ୍କର ଏକାନ୍ତ ଇଛା ସେମାନେ ଜୀବନରେ ଅଗ୍ରଗତି କରିଚାଲନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମସ୍ତ ପିଲା ଜଣେ ସ୍ନେହୀ ମା’ର ଯତ୍ନଲାଭ କରନ୍ତୁ। ଯଦ୍ଦ୍ୱାରା ସେମାନେ ସଫଳତାର ଶିଖରରେ ପହଞ୍ଚିବେ।

ଭୁବନେଶ୍ୱର ଏସ୍‌ଓଏସ୍ ଚିଲ୍‌ଡ୍ରେନ୍ସ ଭିଲେଜେସ୍‌ର ଅନ୍ୟ ଚାରିଜଣ ଛାତ୍ରଛାତ୍ରୀ ଓ ରାଉରକେଲା ଏସ୍‌ଓଏସ୍‍ ଚିଲ୍‌ଡ୍ରେନ୍ସ ଭିଲେଜେସ୍‌ର ୩ଜଣ ଛାତ୍ରଛାତ୍ରୀ ୭୦%ରୁ ଅଧିକ ନମ୍ବର ରଖିବା ସହିତ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି।

ଏସ୍‌ଓଏସ୍‍ ଚିଲ୍‌ଡ୍ରେନ୍ସ ଭିଲେଜେସ୍‌ର ପୁଷ୍ପା ଏବଂ ଆଦ୍ୟାଶ୍ୟ ଅତ୍ୟନ୍ତ ମେଧାବୀ ଛାତ୍ରୀ । ୨୦୧୯ରେ ପୁଷ୍ପା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ହୌଶଲା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଲାଭ କରିଥିଲେ । ନିକଟରେ ଆଦ୍ୟାଶା ମଧ୍ୟ ଜିଲା ପ୍ରଶାସନ ସ୍ତରରେ ଆୟୋଜିତ ହୌଶଲା କାର୍ଯ୍ୟକ୍ରମର ଇଂରାଜୀ ତର୍କ ପ୍ରତିଯୋଗିତାରେ ପୁରସ୍କାର ହାସଲ କରିଛନ୍ତି । ଜାତୀୟ ସ୍ତରରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ନୂଆ ଦିଲ୍ଲୀରେ ଆୟୋଜିତ ହୌଶଲା କାର୍ଯ୍ୟକ୍ରମର ଫୁଟବଲ ମ୍ୟାଚରେ ସେ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ମତାମତ ଦିଅନ୍ତୁ ।