ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ଦେଇଛନ୍ତି ଏହି ସୂଚନା। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮ ପ୍ରତିଶତ ରହିଛି। ଯାହା ଗତବର୍ଷ ତୁଳନାରେ ପାସ୍‌ ହାର ରହିଛି ୫.୩୮ ପ୍ରତିଶତ ଅଧିକ। ସେହିପରି ଏବର୍ଷ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସହାର ରହିଛି ୯୨.୧୫ ପ୍ରତିଶତ। ଏହାଛଡା ତୃତୀୟ ଲିଙ୍ଗଙ୍କ ପାସ ହାର ୬୬.୬୭ ପ୍ରତିଶତ ହୋଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ରିଜନରେ ପାସ୍‌ ହାର ୯୧.୪୬ ପ୍ରତିଶତ ରହିଥିବା ବେଳେ ତ୍ରିଭେନ୍ଦ୍ରମ ରିଜନରେ ୯୭.୬୭ ପ୍ରତିଶତ ହୋଇଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦ପ୍ରତିଶତ, କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨ ପ୍ରତିଶତ ଓ ଘରୋଇ ବିଦ୍ୟାଳୟର ୮୮.୨୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସୋମବାର ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ cbseresults.nic.inରେ ଉପଲବ୍ଧ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।