ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ଲୋକେ ପିଟିଲେ

0

ବାରିପଦା : ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ଲୋକେ ମାଡ ମାରିଛନ୍ତି। ଏହି ଘଟଣାରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନେଷ୍ଟବଳ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ଉଦଳା ଶରତ ଥାନା ଦେୱାନବାହାଳୀ ଗ୍ରାମରେ ଲୋକେ ଚଇତି ପର୍ବ ପାଳନ କରୁଥିଲେ। କୋଭିଡ ନିୟମ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍‌ ହୋଇଥିବା ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଂଚିଥିଲା। ପୋଲିସ ପର୍ବ ବନ୍ଦ କରିବାକୁ କହିବାରୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ପୋଲିସ୍‌ ଗାଡି ଭଙ୍ଗାରୁଜା କରିବା ସହିତ ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହି ଆକ୍ରମଣରେ ଶରତ ଥାନାର ଏଏସଆଇ ବିଶ୍ଵଜିତ୍‌ ଦାସମହାପାତ୍ର ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ ଜଣେ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଏଏସଆଇଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.