ଚାଳକବିହୀନ ସୁପରସୋନିକ ଯୁଦ୍ଧ ଡ୍ରୋନ୍ ଦାମ୍ ୧୬ ମିଲିୟନ ଡଲାର

ନୂଆଦିଲ୍ଲୀ : ସିଙ୍ଗାପୁର କମ୍ପାନୀ କାଲେ୍ ଏରୋସ୍ପେସ୍ ଚାଳକବିହୀନ ସୁପସୋନିକ୍ କମ୍ବାକ୍ଟ ବା ଯୁଦ୍ଧା ଏରିଅଲ ଭେଇକେଲ୍ ୟୁସିଏଭିକୁ ଲଞ୍ଚ୍ କରିଛି। ଏହା ହେଉଛି ବିଶ୍ୱର ପ୍ରଥମ ସୁପରସୋନିକ ଅନମ୍ୟାନଡ୍ ୟୁସିଏଭି। କମ୍ପାନୀ ଏହାର ମୂଲ୍ୟ ରଖିଛି ୧୬ ମିଲିୟନ ଡଲାର। ଏହା ଶବ୍ଦର ବେଗଠାରୁ ଅଧିକ ବେଗରେ ଗତି କରିବା ସହିତ ସ୍ୱୟଚାଳିତ ଭାବେ ଲଞ୍ଚ୍ ହୋଇପାରିବ।
କାଲେ ଏରୋସ୍ପେସର ମୁଖ୍ୟ ନିର୍ବାହୀ ଅଧିକାରୀ ଆଇନ୍ ଲିମ୍ କହିଛନ୍ତି ୟୁଏଭି ନିଜର କ୍ଷମତା ପାଇଁ ପରିଚିତ। ପୂର୍ବରୁ କୌଣସି ୟୁଏଭି ଶବ୍ଦର ବେଗଠାରୁ ଅଧିକ ବେଗରେ ଯାଇପାରୁନଥିଲା। କିନ୍ତୁ କମ୍ପାନୀ ଏହି ସମସ୍ୟାର ସମାଧାନ କରିପାରିଛି।
ୟୁସିଏଭିରେ ରାଡାର ଓ ଇନଫ୍ରା ରେଡ୍ ସିଗନେଚର୍ ସିଷ୍ଟମ ରହିଛି। ଯାହା ଫଳରେ ବହୁମୁଖୀ ଆକ୍ରମଣ କରିପାରିବ। ଏଥିରୁ ମିସାଇଲ୍ ଆକ୍ରମଣ କରାଯାଇପାରିବ। ଶତ୍ରୁର ଯୋଗଯୋଗ ସିଷ୍ଟମକୁ ମଧ୍ୟ ଅବରୋଧ କରିହେବ। ଏହି ୟୁସିଏଭି ୪୮୦୦ କିମି ଉଡିପାରିବା ସହିତ ରିମୋଟ୍ ମାଧ୍ୟମରେ କଣ୍ଟ୍ରୋଲ କରାଯାଇ ପାରିବ। ଏହି ଡ୍ରୋନ୍ କାର୍ବନ୍ ଫାଇବରରେ ତିଆରି ହୋଇଥିବା ବେଳେ ଉନ୍ନତମାନର ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଯାହା ଶତ୍ରୁକୁ ମାତ୍ ଦେବାକୁ ସକ୍ଷମ। ଏହି ପାଇଲଟଲେସ୍ ସୁପରସୋନିକ୍ ଜେଟକୁ କିଣିବା ପାଇଁ ଏବେ ୧୦୦ରୁ ଅଧିକ ଅର୍ଡର ଆସିଥିବା ଜଣାପଡିଛି।