ଚଳନ୍ତା ବସ୍‌ରେ ନିଆଁ ଲାଗିଗଲା

0

ଆନନ୍ଦପୁର : ଭଦ୍ରକରୁ କରଞ୍ଜିଆ ଯାଉଥିବା ଶ୍ରୀଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ ରେ ନିଆଁ ଲାଗିଯାଇଥିବା ଜଣାପଡିଛି। ବସ୍‌ରେ ପାଖାପାଖି ୫୦ ଜଣ ଯାତ୍ରୀଥିଲେ ହେଁ ସେମାନଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ଖବର ଅନୁଯାୟୀ ବସ୍‌ଟି ଯାଉଥିବା ସମୟରେ ଆନନ୍ଦପୁର ଉପଖଣ୍ଡ ହାଟଡିହି ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ଦେଖିବାକ୍ଷଣି ଡ୍ରାଇଭର ତୁରନ୍ତ ଗାଡିଟିକୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ବସ୍‌ରେ ଲାଗିଥିବା ନିଆଁକୁ ଲିଭାଇବାକୁ ପ୍ରୟାସ କରିଥିଲେ। ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।

Leave A Reply

Your email address will not be published.