ଚମ୍ପୁଆ : ୧୫ ପଜିଟିଭ୍ ଚିହ୍ନଟ ହେବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

କେନ୍ଦୁଝର : ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳାର ଚତୁରୀ ସାହିରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ ଉକ୍ତ ସାହିକୁ ୭ ଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଚମ୍ପୁଆ ତହସିଲଦାର ଓ ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ମେଡିକାଲ ପକ୍ଷରୁ ସ୍ୱାସ୍ଥସେବା ଯୋଗାଇ ଦିଆଯାଇଛି। ଗ୍ରାମବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button