ଚାନ୍ଦା ମାଗିବା ଅଭିଯୋଗରେ ହାବିଲଦାର ନିଲମ୍ବିତ

0

କେନ୍ଦୁଝର : ବାଲିଗାଡି ମାଲିକଙ୍କୁ ଫୋନରେ ଚାନ୍ଦା ମାଗିବା ଆନନ୍ଦପୁର ଥାନା ହାବିଲଦାର ସନ୍ତୋଷ ଜେନାଙ୍କ ପାଇଁ ମହଙ୍ଗା ହୋଇଛି। ଏହି ଅଡିଓ ଭାଇରାଲ୍ ପରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ହାବିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତାଙ୍କୁ ତୁରନ୍ତ ଚମ୍ପୁଆ ଏସଡିପିଓଙ୍କ କାର୍ଯ୍ୟାଳୟରେ ହାଜର ହେବକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ତଦନ୍ତ କେନ୍ଦୁଝର ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି ପାହ୍ୟାର ଅଧିକାରୀ କରିବେ ବୋଲି ଏସପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଆନନ୍ଦପୁର ଥାନା ହାବିଲଦାର ସନ୍ତୋଷ ଜେନା ଜଣେ ବାଲି ଗାଡି ମାଲିକଙ୍କୁ ଫୋନ୍ କରିଥିଲେ। ଆଉ କହିଥିଲେ ତୁମ ଗାଡିରେ ଓଭରଲୋଡ ବାଲି ଯାଉଛି। ତେଣୁ ଚାନ୍ଦା ଦେଲେ ଅନ୍ୟ ଗାଡିମାଲିକଙ୍କ ପରି ତୁମକୁ ସାହାଯ୍ୟ କରିବି। ହାବିଲଦାରଙ୍କ ଏହି ଅଡିଓ ଭାଇରାଲ ହୋଇଥିଲା।

Leave A Reply

Your email address will not be published.