ଚାନ୍ଦବାଲି : ବିଜେଡିକୁ ଫେରିଲେ ପ୍ରତାପ ଧଳ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଳକୁ ଫେରିଛନ୍ତି ଚାନ୍ଦବାଲି ବ୍ଲକର ଲୋକପ୍ରିୟ ନେତା ପ୍ରତାପ ଧଳ।

ବିଜେଡ଼ିର ଏହି ମିଶ୍ରଣ ପର୍ବର ଆୟୋଜନ ବିଜୁ ସ୍ମୃତି ଭବନରେ ହୋଇଥିଲା। ପ୍ରତାପ ଧଳ ତାଙ୍କ କର୍ମୀଙ୍କ ସହ ଶୋଭାଯାତ୍ରାରେ ମା’ କାଳୀ ମନ୍ଦିର ନିକଟରୁ ବାହାରି ବିଜୁ ସ୍ମୃତି ଭବନରେ ପହଞ୍ଚିଥିଲେ। ସେଠାରେ ବିଜେଡ଼ି ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ସାଂସଦ ମୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ ପ୍ରମୁଖ ପ୍ରତାପ ଓ ଅନ୍ୟ ଛାମୁଆ ନେତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button