ଚାନ୍ଦବାଲି : ଦୋକାନ ଉପରକୁ ବୋମାମାଡ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ପଞ୍ଚପଡାରେ ଏକ ଦୋକାନ ଉପରକୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ସନ୍ଧ୍ୟାରେ ଉମାକାନ୍ତ ସାହୁଙ୍କ ଦୋକାନରେ ଦୁଇଜଣ ଯୁବକ ଖାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହି ଘଟଣା ପରେ ବିଳମ୍ବିତ ରାତିରେ ଉମାକାନ୍ତଙ୍କ ଦୋକାନ ଓ ତାଙ୍କ ପାଖ ଘରକୁ ବୋମା ମାଡ କରାଯାଇଛି। ଫଳରେ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ଉମାକାନ୍ତଙ୍କ ଝିଅ ଆଶାରାଣୀ ସାମାନ୍ୟ ଆହତ ହୋଇଛନ୍ତି। ପାଖ ଘରର ଆଜବେଷ୍ଟସ ଓ ବାଇକ୍ ଭାଙ୍ଗି ଯାଇଛି। ଖବର ପାଇ ଚାନ୍ଦବାଲି ପୋଲିସ ପହଞ୍ଚି କିଛି ସୁତୁଲି ଜବତ କରିବା ସହ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।