ଚାରିଧାମ ଯାତ୍ରା ପାଇଁ ଆଇଆରସିଟିସିର ଟୁର ପ୍ୟାକେଜ

0

ନୂଆଦିଲ୍ଲୀ : ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ହିମାଳୟ ଅନ୍ତର୍ଗତ ଚାରି ଧାମ ଯାତ୍ରା-୨୦୨୧ ପାଇଁ ଭଲ ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଜରିଆରେ ଶ୍ରଦ୍ଧାଳୁମାନେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ଦର୍ଶନ କରିବାର ସୁଯୋଗ ପାଇବେ।

ଆଇଆରସିଟିସି ପକ୍ଷରୁ ଟୁଇଟ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ ୧୧ ରାତି ୧୨ଦିନର ଏହି ଟୁର ପ୍ୟାକେଜର ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ୪୩୮୫୦ ଟଙ୍କା ରହିଛି। ଏହାଛଡା ଦୁଇଧାମ ଯାତ୍ରା ପାଇଁ ମୂଲ୍ୟ ୩୭,୮୦୦ଟଙ୍କା ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଗ୍ରୁପରେ କେବଳ ୨୦ଜଣ ଯାତ୍ରୀଙ୍କୁ ସାମିଲ କରାଯିବ। ତିନି ତାରକା ହୋଟେଲରେ ରହିବା ଓ ଖାଇବାର ବ୍ୟବସ୍ଥା ରହିଛି।

ଚାରିଧାମ ଯାତ୍ରା ପାଇଁ ଆଇଆରସିଟିସିର ଅଧିକାରିକ ୱେବସାଇଟ irctctourism.comକୁ ଯାଇ ବୁକିଂ କରି ପାରିବେ। ଏଥିସହିତ କୌଣସି ପ୍ରକାର ସୂଚନା ପାଇଁ ୯୭୧୭୬୪୧୭୬୪, ୮୨୮୭୯୩୦୯୦୮, ୮୨୮୭୯୩୦୯୦୯, ୮୫୯୫୯୩୦୯୮୧ ଓ ୮୨୮୭୯୩୦୯୧୦ ନମ୍ବରରେ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି।

Leave A Reply

Your email address will not be published.