ଚଷମା ପିନ୍ଧିବା ଦ୍ୱାରା ନାକ ଉପରେ ପଡୁଥିବା ଚିହ୍ନକୁ ହଟାଇବାର ସହଜ ଉପାୟ

ଭୁବନେଶ୍ବର: କିଛି ଲୋକଙ୍କ ଆଖି ଦୁର୍ବଳ ହୋଇଥିବା ଯୋଗୁଁ ତାଙ୍କୁ ଚଷମା ଲଗାଇବାକୁ ପଡ଼ିଥାଏ । କିଛି ଘଣ୍ଟା ତ ଚଷମା  ଲଗାଇବା ଦ୍ୱାରା ନାକରେ ଚିହ୍ନ ପଡ଼ିଯାଏ ଯାହାକି ଦେଖିବାରେ ବହୁତ ଖରାପ ଲାଗିଥାଏ । ଯଦି ଆପଣଙ୍କ ଚେହେରାରେ  ଚଷମା ଲଗାଇବା ଦ୍ୱାରା  ଚିହ୍ନ ପଡ଼ିଯାଇଛି , ଆପଣ ଏହି ଚିହ୍ନ ବା ଦାଗରୁ ମୁକ୍ତି ପାଇପାରିବେ । ଏଥିପାଇଁ କୌଣସି ଔଷଧର ଆବଶ୍ୟକତା ନାହିଁ , କିଛି ଘରୋଇ ଜିନିଷରେ ଆପଣ ଏହି ସମସ୍ୟା ଦୂର କରିପାରିବେ, ଆସନ୍ତୁ ଏ ବିଷୟରେ ଜାଣିବା:-  

ଏଲୋବେରା – ଆଲବେରା ଜେଲ୍‌ର ବ୍ୟବହାର କରି ନାକ ଉପରେ  ପଡ଼ିଥିବା ଦାଗକୁ ହଟାଇ ପାରିବେ । ଏଲୋବେରା  ଜେଲ୍‌କୁ ନେଇ ଏହାକୁ ଦାଗ ଥିବା ସ୍ଥାନରେ ହାଲକା  ହାତରେ  ମସାଜକରନ୍ତୁ।ଏଲୋବେରାରେ ମଇଶ୍ଚରାଇଜିଂ ଓ ଆଣ୍ଟି –ଏଜିଙ୍ଗ ଗୁଣ ଥାଏ , ଯାହାକି ନାକରେ ଚଷାମ ଯୋଗୁଁ ପଡ଼ିଥିବା ଚିହ୍ନକୁ କମେଇ ଦେଇଥାଏ । 

ଆଳୁ- ନାକରେ ପଡ଼ିଥିବା ଚିହ୍ନକୁ କମ୍‌ କରିବା ପାଇଁ ଆପଣ ଆଳୁକୁ ମଧ୍ୟ ବ୍ୟବହାର କରିପାରିବେ । ସବୁଠୁ ପ୍ରଥମେ ଆଳୁ ରସ ନେଇ ତାକୁ ଘଷନ୍ତୁ । ଏହିରସକୁ ନେଇ ଚିହ୍ନ ପଡ଼ିଥିବା ସ୍ଥାନରେ  ଲଗାନ୍ତୁ । ୧୦ରୁ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ । ପୁଣି ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଚଷମା ପିନ୍ଧିବାରେ ପଡ଼ିଥିବା ଚିହ୍ନ କମ୍‌ ହୋଇଯାଏ।   

ଲେମ୍ୱୁ ରସ – ଲେମ୍ୱୁ ରସ ନିଅନ୍ତୁ । କଟନ ସାହାଯ୍ୟରେ ଚିହ୍ନ ଥିବା ସ୍ଥାନରେ  ଲେମ୍ୱୁ ରସ ଲଗାନ୍ତୁ । ୧୦ରୁ ୧୫ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ ଚଷମା ଦାଗ ହଟାଇବାରେ ସାହାଯ୍ୟ କରେ । 

ମହୁ-  ମହୁରେ ଆଣ୍ଟି ଏଲର୍ଜିକ , ଆଣ୍ଟି ଅକ୍ସିଡେଣ୍ଟର ଗୁଣ ଥାଏ , ଯାହା ସ୍କିନ୍‌ରେ କୌଣସି ବି ଦାଗକୁ ଦୂର କରିବାରେ ସାହାଯ୍ୟ କରେ। ପ୍ରଥମେ ଏକ ଚାମଚ ମହୁ ଓ ଏକ ଚାମଚ ଦୁଗ୍ଧ ନିଅନ୍ତୁ। ଉଭୟଙ୍କୁ ଭଲ ଭାବ  ମିଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁରେ ୧୫ ମିନିଟ୍ ପାଇଁ ଲଗାନ୍ତୁ । ଏହା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । 

ଗୋଲାପ ଜଳ- ଗୋଲାପ ଜଳ ସ୍କିନ୍‌ ପାଇଁ ବହୁତ ଲାଭଦାୟକ। ନାକରେ ଚଷମା ଦାଗକୁ  ହଟାଇବା ପାଇଁ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ । ଗୋଲାପ ଜଳ ମୁହଁରେ ଲଗାଇବା ପାଇଁ କଟନରେ ଗୋଲାପ ଜଳର କିଛି ବୁନ୍ଦା ନିଅନ୍ତୁ ।  ଏହାକୁ ନାକ ଉପରେ ଦାଗ ପଡ଼ିଥିବା ସ୍ଥାନରେ  ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳର ବ୍ୟବହାର କରିବା ଦ୍ୱାରା ଦାଗ କମ୍‌ ହୋଇଥାଏ । 

ମତାମତ ଦିଅନ୍ତୁ ।