ଚାଷୀ ଆନ୍ଦୋଳନରେ ସାମିଲ ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ : ପଞ୍ଜାବୀ ଅଭିନେତ୍ରୀ ତଥା ବିଗବସ୍ ସିଜନ- ୧୩ର ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କୁ କରୋନା। ସେ କରୋନା ପଜିଟିଭ ଥିବା ସୋସିଆଲ ମିଡିଆରେ ପୋ‌ଷ୍ଟକରି ସମସ୍ତଙ୍କୁ ଜଣାଇଛନ୍ତି।

ହିମାଂଶୀ ଖୁରାନାଙ୍କୁ କରୋନା ଜଣାପଡ଼ିଥିବା ପରେ କିଛି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାର କାରଣ ହେଲା ଦୁଇଦିନ ତଳେ କୃଷି ବିଲ୍ ବିରୋଧରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ ହିମାଂଶୀ। ଏବେ ବିକ୍ଷୋଭକାରୀଙ୍କ ମଧ୍ୟରେ କରୋନା ଚିନ୍ତା ବଢିଛି।

ହିମାଂଶୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ସମସ୍ତଙ୍କୁ କହିବାକୁ ଚାହୁଁଛି ପୂରା ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନାରେ ସଂକ୍ରମିତ ହୋଇଛି। ଦୁଇଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲି। ସେହି ସ୍ଥାନ ଖୁବ୍ ଗହଳି ଥିଲା। ତେଣୁ ସୁଟିଂକୁ ଯିବା ପୂର୍ବରୁ କରୋନା ଟେଷ୍ଟ କରିବା ଚିନ୍ତା କଲି ଓ ରିପୋର୍ଟ ପଜିଟିଭ୍ ଆସିଲା। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଯାଇ ନିଜର କରୋନା ପରୀକ୍ଷା କରାଇ ଦିଅନ୍ତୁ। ଏହାଛଡା ଆନ୍ଦୋଳନ ସମୟରେ ସତର୍କତା ଅବଲମ୍ବନ କରିବାକୁ ହିମାଂଶୀ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।