ଚାଷୀ ଉଠୁନାହାନ୍ତି : ଭଦ୍ରକ-ଆନନ୍ଦପୁର ରାସ୍ତା ବନ୍ଦ

0

ଭଦ୍ରକ : ଧାନ ସଂଗ୍ରହରେ ବ୍ୟତିକ୍ରମ। କିଛି ଚାଷୀଙ୍କର ଟୋକନ ବାତିଲ ହୋଇଯାଇଛି। ଆଉ କେତେକଙ୍କର ଟୋକାନ ଆସିନି। ଚାଷୀମାନଙ୍କର ଏହି ସମସ୍ୟା କେହି ବୁଝୁନାହାନ୍ତି। ଏହାର ପ୍ରତିବାଦରେ ରାଜପଥରେ ଧାନ ଗାଡି ରଖି ରାସ୍ତା ରୋକ କରିଛନ୍ତି। ପ୍ରାୟ ୯ ଘଣ୍ଟାରୁ ଅଧିକ ସମୟ ହେଲାଣି ଭଦ୍ରକ-ଆନନ୍ଦପୁର ରାସ୍ତା ଖୋଲୁ ନଥିବାରୁ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି।

ଖବର ଅନୁଯାୟୀ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥଠାରେ ଚାଷୀମାନେ ସେମାନଙ୍କ ଅଭିଯୋଗ ନେଇ ରାସ୍ତାରେ ଧାନ ଗାଡି ରଖି ଧାରଣାରେ ବସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଟାର୍ଗେଟ ନାହିଁ କହି ଚାଷୀଙ୍କ ଠାରୁ ଧାନ କିଣୁନାହିଁ। ଧାନ ବିକ୍ରିକରି ନ ପାରିବାରୁ ଚାଷୀମାନେ ବାଧ୍ୟହୋଇ ରାଜପଥ ଅବରୋଧ କରିଛନ୍ତି। ଯୋଗାଣ ବିଭାଗ ଅଧିକାରୀ ଓ ପୋଲିସ ସେଠାରେ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି।

Leave A Reply

Your email address will not be published.