ଛାତ ଉପରେ ତୁଳସୀ ଗଛ ଅଶୁଭ

0

ଘର ଆଗରେ ତୁଳସୀ ରଖିବା କେବଳ ଧର୍ମୀୟ ଭାବନା ନୁହେଁ। ବିଜ୍ଞାନ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ। ତେଣୁ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳେ ତୁଳସୀ ଗଛ। ଧାର୍ମିକ ବିଶ୍ୱାସ ତୁଳସୀ ଗଛକୁ ପୂଜା କଲେ ରିଷ୍ଟ ଖଣ୍ଡନ ହୁଏ। ସେହିପରି ବାସ୍ତୁଶାସ୍ତ୍ରରେ କୁହାଯାଇଛି ଘରର ସଠିକ୍‌ ଏହାକୁ ନ ରଖିଲେ ଅଶୁଭ ଫଳ ମିଳେ। ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ତୁଳସୀ ଗଛ ରଖିବା ଉଚିତ।

୧- ବର୍ତ୍ତମାନ ଲୋକମାନେ ସ୍ଥାନ ଅଭାବ କାରଣରୁ ଘରର ଛାତ ଉପରେ ତୁଳସୀ ଗଛ ରଖୁଛନ୍ତି। ଏହା ଠିକ ନୁହେଁ। ଏହାଦ୍ୱାରା ଅଶୁଭ ଫଳ ମିଳେ। ଘରକୁ ନକରାତ୍ମକ ଶକ୍ତି ପ୍ରେବଶ କରିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।

୨- ତୁଳସୀ ଗଛକୁ ଘରର ଉତ୍ତର ଦିଗ ତଥା ଐଶାନ୍ୟ କୋଣରେ ରଖିବା ଉଚିତ। ନଚେତ ପଶ୍ଚିମ ଦିଗରେ ରଖିପାରିବେ। ଏପରି କଲେ ପରିବାରରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

୩- ଯେଉଁମାନଙ୍କ ରାଶିଫଳରେ ବୁଧ ଗ୍ରହ ଧନ ସହ ସମ୍ପର୍କ ରଖିଥାଏ ସେହିମାନେ ତୁଳସୀ ଗଛ ଘରର ଛାତ ଉପରେ ରଖି ପୂଜାକଲେ ଧନ ହାନୀ ଘଟିବ।

୪- ତୁଳସୀ ଗଛକୁ ଘରର ପୂର୍ବ ଦିଗରେ ରଖିଲେ ବ୍ୟବସାୟରେ କ୍ଷତି ହୋଇଥାଏ। ପରିବାର ଉପରେ ମଧ୍ୟ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।

୫- ଯେଉଁମାନଙ୍କ ଘରର ଛାତ ଉପରେ ତୁଳସୀ ଗଛ ରହିଥାଏ ବିଶ୍ୱାସ ରହିଛି ଯେ ସେହି ଘରେ ପକ୍ଷୀ କିମ୍ବା ପାରା ଆସି ବସା ତିଆରି କରନ୍ତି। ଏହା ଅଶୁଭ ଲକ୍ଷଣ।

୬- କୁହାଯାଇଛି ତୁଳସୀ ଗଛକୁ ଛାତ ଉପରେ ରଖିଲେ ଘରର ଉତ୍ତର ଦିଗରେ ପିମ୍ପୁଡ଼ି ବାହାରିବେ। ନଚେତ ଉତ୍ତର ଦିଗର କୌଣସି ନା କୌଣସି ସ୍ଥାନରେ ଫାଟ ସୃଷ୍ଟି ହେବ।

Leave A Reply

Your email address will not be published.