ଛତର ଯାତ୍ରା ପାଇଁ ଗାଇଡ୍‌ଲାଇନ୍: ଗୁରୁବାର ରାତିରୁ କଟକଣା ଲାଗୁ

ଭବାନୀପାଟଣା : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ନଆସିବାକୁ କୁହାଯାଇଛି। ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ ଦିଆଯାଇଛି ନିର୍ଦ୍ଦେଶ। ୨୨ ରାତି ୧୨ରୁ ୨୫ ତାରିଖ ରାତି ୧୨ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।