ଛତିଶଗଡ଼କୁ ଯିବା ଉପରେ କଟକଣା ଲଗାଇଲା ନୂଆପଡ଼ା ଜିଲ୍ଲା ପ୍ରଶାସନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନାର ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପ୍ରଶାସନ ଗାଇଡଲାଇନ ଜାରି କରିଛନ୍ତି। ଛତିଶଗଡ଼କୁ ଉପରେ କଟକଣା ଲାଗିଛି କଟକଣା। କୌଣସି ବ୍ୟକ୍ତି ବିନା କାମରେ ସେଠାକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

ନୂଆପଡ଼ାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍ଵାଧାଦେବ ସିଂହଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏଣିକି ନୂଆପଡ଼ା ଜିଲ୍ଲାରୁ କୌଣସି ବ୍ୟକ୍ତ ଛତିଶଗଡ଼କୁ ଭ୍ରମଣ ପାଇଁ ଯାଇପାରିବେ ନାହିଁ। ସେଥିପାଇଁ ଖରିଆର ରୋଡ ସୀମାନ୍ତ ଅଞ୍ଚଳରେ କଟକଣାକୁ କଡାକଡି କରାଯାଇଛି। ଏହାଛଡା ବିବାହ ଉତ୍ସବରେ ୧୦୦ ଜଣଙ୍କ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯାଇଥିବା ବେଳେ ମନ୍ଦିରମାରେ ଜନଗହଳି ନକରିବାକୁ କୁହାଯାଇଛି। ଆଜିଠାରୁ ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବ। ତେଣୁ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିବା ସହ କଟକଣାକୁ କଡାକଡି କରାଯିବ ବୋଲି ଜରୁରୀ କାଳୀନ ଅଧିକାରୀ ସୁରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button