ଛତିଶଗଡ ଲକଡାଉନ୍ ଘୋଷଣା

ରାୟପୁର : ଛତିଶଗଡରେ କରୋନା ପରିସ୍ଥିତି ଅଣାୟତ୍ତ ହେଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। କିନ୍ତୁ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଲାଗୁହେବ ବୋଲି କୁହାଯାଇଛି।

ଖବର ଅନୁଯାୟୀ ସୁକମା ଜିଲ୍ଲାରେ ଆଜି ସନ୍ଧ୍ୟା ୬ଟାରୁ ମେ ପହିଲା ସକାଳ ୭ ଟା ପର୍ଯ୍ୟନ୍ତ ଲକଡାଉନ୍ କଟକଣା ବଳବତ୍ତର ରହିବ। ଏହି ସମୟରେ ମେଡିକାଲ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଏହା ପୂର୍ବରୁ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟରେ ଅନ୍ୟ ୨୭ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା ହୋଇସାରିଛି।

ସୂଚନାଯୋଗ୍ୟ ଛତିଶଗଡରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୮୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୫ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାରରୁ ଅଧିକ। ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୬୭୪କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣରେ ରାଜ୍ୟର ୬୦୮୩ ଜଣଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button