ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି

0

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ଲେଖିଥିବା ଚିଠିର ତର୍ଜମା କରାଯାଉଛି। ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇପାରେ। ତେବେ ସୀମାନ୍ତ ଚେକିଙ୍ଗ ପଏଣ୍ଟରେ ଗାଇଡଲାଇନକୁ ଆଧାର କରି ଆରିଟିଓମାନେ ଚେକିଙ୍ଗ କରିବେ। ବଢ଼ୁଥିବା ସଂକ୍ରମଣ ଯୋଗୁ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ’ଣ କଟକଣା କରାଯିବ ସେ ନେଇ ଆଲୋଚନା କରୁଛୁ। ଖୁବଶୀଘ୍ର ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

Leave A Reply

Your email address will not be published.