ଛତିଶଗଡ଼ରେ ଯବାନଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି : ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର ଗାଁରୁ ଏସଆଇ ମୁରଲୀ ତାତିଙ୍କୁ ମାଓବାଦୀମାନେ ଉଠାଇନେଇଛନ୍ତି। ବିଜାପୁର ଏସପି କମୋଲୋଚନ କଶ୍ୟପ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ବୁଧବାର ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିଲେ। ମାଓବାଦୀ ତାଙ୍କୁ ସେଠାରୁ ଅପହରଣ କରିନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button