ଛତିଶଗଡରେ ମହିଳାଙ୍କ ପାଇଁ ମହିଳା ମୋବାଇଲ୍ କ୍ଲିନିକ୍

ରାୟପୁର : କେବଳ ମହିଳାଙ୍କ ପାଇଁ ଛତିଶଗଡରେ ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି ବା ମା’-ଭଉଣୀ କ୍ଲିନିକ୍’ ଆରମ୍ଭ ହୋଇଛି। ଦେଶରେ ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍ ରାଜ୍ୟର ରାୟପୁର, ବିଲାସପୁର ଓ ଭିଲାଇର ମ୍ୟୁନିସିପାଲିଟି ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ପ୍ରଦାନ କରାଇବ। ଏହି କ୍ଲିନିକରେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍, ଟେକ୍ନିସିଆନ୍ ଓ ସହାୟକ ନର୍ସ ମିଡୱାଇଫ୍ (ଏଏନ୍‌ଏମ୍‌)ଙ୍କ ସମେତ ମହିଳା କର୍ମଚାରୀ ରହିବେ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ଦାଏ-ଦିଦି କ୍ଲିନିକ୍ ଆଉ ଏକ ପଦକ୍ଷେପ। ଏହି କ୍ଲିନିକରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା ସହ ଜଡିତ ରୋଗର ଚିକିତ୍ସା ଏବଂ ନିରାକରଣ ବ୍ୟତୀତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁବିଧା ରହିବ। ପ୍ରତ୍ୟେକ ମୋବାଇଲ୍ ୟୁନିଟ୍‌ରେ ମହିଳାଙ୍କ ସ୍ୱାସ୍ଥ୍ୟ ଲାଗି ପ୍ରତିଷେଧକ ଯତ୍ନ ଓ ସ୍କ୍ରିନିଂ ସିଷ୍ଟମକୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳାମାନେ ସ୍ତ୍ରୀ ରୋଗ, ଗର୍ଭଧାରଣ ଓ ପ୍ରଜନନ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଏଠାରୁ ନେଇପାରିବେ।

ମତାମତ ଦିଅନ୍ତୁ ।