ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲ ସମସ୍ୟା ବୁଝିଲେ ୫ଟି ସଚିବ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କେସି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁକ୍ରବାର କଥା ହୋଇଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ। ଏହି ଅବସରରେ ସ୍କୁଲର ସମସ୍ୟା ଓ ଉନ୍ନତିକରଣ ବିଷୟରେ ସେ ପଚାରି ବୁଝିଛନ୍ତି।

ନୀଳଗିରି ବ୍ଲକ ପରିସର ଭିଡିଓ କନଫରେନ୍ସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଡ଼ିଓ ଅନିତା ନାୟକ, ବିଇଓ ଶମ୍ଭୁନାଥ ଗୋଛାୟତ, ନୀଳଗିରି ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, କେସି ହାଇସ୍କୁଲ ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ଶିକ୍ଷକ ଅନନ୍ତ ରଣାଙ୍କ ସମେତ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ୫ଟି ସଚିବ ସ୍କୁଲର ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିବ ସହିତ ଛାତ୍ର ସ୍ମୃତି ଗୌରବ ମହଲ ଓ ଛାତ୍ରୀ ଶ୍ୱେତାସ୍ନିଗ୍ଧା ମହାରଣାଙ୍କୁ ଜୀବନର ଲକ୍ଷ୍ୟ ଓ ନେତୃତ୍ଵ ବିଷୟରେ ପଚାରିଥିଲେ। ପୁରାତନ ଛାତ୍ର ମନୋରଂଜନ ବେହେରା ଖେଳ ପଡ଼ିଆ, ସ୍ମାର୍ଟ କ୍ଳାସ, ବିଦ୍ୟାଳୟର ସ୍ୱଚ୍ଛତା ଓ ଉପକରଣ ନେଇ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରାତନ ଛାତ୍ର ମାୟାଧର ମହାନ୍ତି, ରାଜେନ୍ଦ୍ର ଜେନା, ରବିନ୍ଦ୍ର ପରିଡା ବିଦ୍ୟାଳୟର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ। ଇ ଲାଇବ୍ରେରୀ, ବିଜ୍ଞାନଗାର, ସ୍କିଲ ଡେଭଲମେଣ୍ଟ ନେଇ ଛାତ୍ରଛାତ୍ରୀ ଆଲୋଚନା ପରେ ୫ଟି ସଚିବ ଉନ୍ନତିକରଣ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button