ଛାତ୍ରୀଙ୍କୁ ଅସଦାଚରଣ : ଗ୍ରାମବାସୀ ଟିଉସନ ସାରଙ୍କୁ ତାଲା ପକାଇଲେ

ବାଲେଶ୍ଵର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଟିଉସନ ସାରଙ୍କୁ ବିଦ୍ୟାଳୟ‌ରେ ତାଲା ପକାଇଲେ ଗ୍ରାମବାସୀ। ଏପରି ଲଜ୍ଜାଜନକ ଘଟଣା ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଭୋଗରାଇ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜ ପିଲାଙ୍କୁ ଟିଉସନ କରନ୍ତି। କିଛିଦିନ ତଳେ ଅଭିଯୋଗ ହୋଇଥିଲା ଜଣେ ଛାତ୍ରୀଙ୍କୁ ନୋଟ ବୁକ ଦେବାକୁ ଘରକୁ ଡାକି ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଘର ଲୋକଙ୍କୁ କହିବାରୁ ଗତକାଲି କିଛି ଭଦ୍ରବ୍ୟକ୍ତି ଅଧ୍ୟାପକଙ୍କୁ ଡାକି ମାଟିଖଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଲୋଚନା କରିଥିଲେ। ସେହି ସମୟରେ କଥା କଟାକଟିକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ ଗ୍ରାମର ଲୋକେ ଅଧ୍ୟାପକଙ୍କୁ ଟଣା ଓଟରା କରିବା ସହିତ ବିଦ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିଲେ। ଖବର ପାଇ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ପୀଡ଼ିତା ଛାତ୍ରୀଙ୍କ ମା’ ଅଧ୍ୟାପକଙ୍କ ନାଁରେ କରିଥିବା ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button