ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଉଥିବା ଶିକ୍ଷକଙ୍କୁ ଲୋକେ ଛେଚିଲେ

ପଞ୍ଜାବ : ଶିକ୍ଷକଙ୍କ ଲଜ୍ଜାଜନକ କାର୍ଯ୍ୟ। ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କ୍ଲାସ ବାହାନାରେ ଅଶ୍ଲୀଳ ଭିଡିଓ ଦେଖାଇବା ଘଟଣାରେ ଲୋକେ ତାଙ୍କ ମୁହଁରେ କଳା ବୋଲି ନିର୍ଦ୍ଧୁମ ଛେଚିଛନ୍ତି। ଏପରି ଘଟଣା ପଞ୍ଜାବର ଫଗବାଡାରେ ଘଟିଛି। ରସିକ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ଅଧିକାରୀ କହିଛନ୍ତି ଶିକ୍ଷକ ବିକାଶ କୁମାରଙ୍କ ନାମରେ ଛାତ୍ରୀଙ୍କ ପରିବାରର ଗତ ବୁଧବାର ଅଭିଯୋଗ କରିଛନ୍ତି ସେ ଏକ୍‌ଷ୍ଟ୍ରା କ୍ଲାସ ହେବ କହି ଝିଅକୁ ଅଧିକ ସମୟ ରହିବାକୁ କହୁଥିଲେ। ପାଠ ପଢାଇବା ବାହାନାରେ ମୋବାଇଲ ଫୋନ୍‌ରେ ଦେଖାଉଥିଲେ ଅଶ୍ଲୀଳ ଭିଡିଓ। ଝିଅ ବିରୋଧ କରିବାରୁ ଜୋରଜବରଦସ୍ତ ମଧ୍ୟ କରିଥିଲେ। ଏହା ପରେ ପରିବାର ଲୋକ ସ୍କୁଲରେ ପଶି ଶିକ୍ଷକଙ୍କ ମୁହଁରେ କଳା ବୋଳି ତାଙ୍କୁ ମାଡ ମାରିଥିଲେ। ସ୍କୁଲର ପ୍ରିନ୍‌ସପାଲ କହିଛନ୍ତି ଅଭିଯୁକ୍ତ ଶିକ୍ଷକକୁ ସ୍କୁଲରୁ ବହିଷ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button