ଚତୁର୍ଥ ବିବାହ : ସ୍ଵାମୀଙ୍କୁ ସହଯୋଗ କରୁଛନ୍ତି ତିନି ପତ୍ନୀ

ଇସଲାମାବାଦ : ପାକିସ୍ତାନର ସିଆଲକୋଟର ୨୨ ବର୍ଷିୟ ଯୁବକ ଆଦନନ୍ ୩ ଜଣଙ୍କୁ ବିବାହ କରିଛନ୍ତି। ଏବେ ଚତୁର୍ଥ ବିବାହ ପାଇଁ ଚାଲିଛି ପ୍ରସ୍ତୁତ। ଏହାକୁ ବିରୋଧ କରିବା ପରିବର୍ତ୍ତେ ତିନିଜଣ ପତ୍ନୀ ସମର୍ଥନ କରୁଛନ୍ତି। କେବେଳ ସେତିକି ନୁହେଁ ସ୍ୱାମୀଙ୍କ ପାଇଁ କନ୍ୟା ଖୋଜୁଛନ୍ତି।

ପାକିସ୍ତାନ୍ ଡେଲି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଆଦନନ୍‌ କହିଛନ୍ତି ଚତୁର୍ଥ ବିବାହ ପାଇଁ ସେ ସର୍ତ୍ତ ରଖିଛନ୍ତି ଯେଉଁ ଯୁବତୀଙ୍କୁ ବିବାହ କରିବେ ତାଙ୍କ ନାମ ‘ଶ’ରୁ ଆରମ୍ଭ ହେଉଥିବ। ଏହାର କାରଣ ହେଲା ତାଙ୍କର ତିନି ପତ୍ନୀଙ୍କ ନାଁ ‘ଶ’ରୁ ଆରମ୍ଭ ଅର୍ଥାତ ଶୁମ୍ବଲ, ଶବାନା ଓ ଶାହିଦା ରହିଛି। ଆଦନନ୍‌ଙ୍କ ଘରେ ରହିଛି ୬ଟି ରୁମ୍। ତିନି ପତ୍ନୀଙ୍କ ସେ ସେଠାରେ ରହୁଛନ୍ତି। ସେମାନଙ୍କର ୪ଟି ଛୁଆ ରହିଥିବା ବେଳେ ପରିବାର ଚଳାଇବା ପାଇଁ ଆଦନନ୍ ମାସିକ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ପାରିବାରିକ ଶୃଙ୍ଖଳା ପାଇଁ ଆଦନନ ତିନି ପତ୍ନୀଙ୍କ ସହିତ ରହିବା ପାଇଁ ସମୟ ଭାଗ ବଣ୍ଟା କରି ଦେଇଛନ୍ତି। ହେଲେ ତିନିଜଣଙ୍କର ଅଭିଯୋଗ ସେ କାହାକୁ ଅଧିକ ସମୟ ଦେଉ ନାହାନ୍ତି। ଏହାସତ୍ତ୍ଵେ ମଧ୍ୟ ସେମାନେ ଆଦନନ୍‌ଙ୍କ ଚତୁର୍ଥ ବିବାହ ନିଷ୍ପତ୍ତିକୁ ବିରୋଧ ନ କରି ସମର୍ଥନ କରୁଛନ୍ତି।

ମତାମତ ଦିଅନ୍ତୁ ।