`ଛିଛୋରେ’କୁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ : ୨୦୧୯ ବର୍ଷ ପାଇଁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ `ଛିଛୋରେ’କୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର।
ସେହିପରି କଙ୍ଗନା ରଣାୱତଙ୍କୁ ଫିଲ୍ମ ମଣିକର୍ଣ୍ଣିକା’ ଓ
ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବା ବେଳେ ଭୋଷଲେ’ ଫିଲ୍ମ ନିମନ୍ତେ ମନୋଜ ବାଜେପୟ ଓ
ଅସୁରନ୍’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ମନୋନୀତ କରାଯାଇଛି। ଫିଲ୍ମ ସୁଟିଂ ପାଇଁ ସିକ୍କିମଙ୍କୁ ପ୍ରିୟ ରାଜ୍ୟ ପୁରସ୍କାର ଓ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ପୁରସ୍କାର ମିଳିଛି। ଦ ତାସ୍କେଣ୍ଟ’ ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମ
ସୁପର ଡିଲକ୍ସ’ ଲାଗି ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି ବିଜୟ ସେତୁପତି।