ଚିକିତ୍ସା ନାଁରେ ବାବା ଚଳାଉଥିଲେ ସେକ୍ସ ରାକେଟ୍

ଲକ୍ଷ୍ନୌ : ଦୁଷ୍କର୍ମ ଓ ହତ୍ୟାକୁ ନେଇ ଗତ କିଛିଦିନ ହେଲା ଉତ୍ତରପ୍ରଦେଶ ଚର୍ଚ୍ଚାରେ ରହିଛି। ଏବେ ପୁଣି ସାମ୍ନାକୁ ଆସିଛି ଭଣ୍ଡ ବାବାଙ୍କ କଳା କାରନାମା। ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ ଚିକତ୍ସା ନାମରେ ବାବା ରୁମ୍ ଭିତରେ ଚଲାଇଥିଲେ ମହିଳାଙ୍କ ସହ ସେକ୍ସ କାରବାର। ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ ସେଠାରେ ପହଞ୍ଚି ବାବା, ମହିଳା ଓ ଆଉ ଜଣେ ବ୍ୟକ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ କରିବା ପରେ ବାବାକୁ ପୋଲିସ୍ ଗିରଫ କରି ଜେଲ୍ ପଠାଇଛି।

ଖବର ହେଲା ଲକ୍ଷ୍ନୌ ଥାନାର ହୁସୈନାବାଦରେ ଜଣେ ବାବା ମହିଳାଙ୍କ ଧଳା ଛଉ ଓ ବନ୍ଧ୍ୟାତ୍ଵର ଚିକିତ୍ସା କରୁଥିଲେ। ସେଠାକୁ ଅନେକ ମହିଳା ଓ ପୁରୁଷ ଯାଉଥିବା ସ୍ଥାନୀୟ ଲୋକେ ଦେଖିବାରୁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପ୍ରକୃତ କଥା ଜାଣିବା ପାଇଁ ଚାଲିଲା ପ୍ରୟାସ। ଜଣାପଡିଲା ବାବା ଚିକତ୍ସାକୁ ଆଳକରି ସେକ୍ସ ରାକେଟ ଚଳାଉଛନ୍ତି। ଶେଷରେ ଲୋକଙ୍କ ହାତରେ ବାବା ଧରାପଡିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ଏବେ ବାବା ଜେଲରେ।

ମତାମତ ଦିଅନ୍ତୁ ।