ଚୀନ ଜେ-୨୦ର ମୁକାବିଲା କରିବ ରାଫେଲ

ନୂଆଦିଲ୍ଲୀ : ଭାରତ ପାଖରେ ପହଞ୍ଚିଲା ଲଢୁଆ ଯୁଦ୍ଧ ବିମାନ ରାଫେଲ। ଏହି ବିମାନ ୪.୫ ଜେନେରେସନ ହୋଇଥିବାରୁ ଭାରତୀୟ ବାୟୁସେନା ତୁରନ୍ତ ସୀମାରେ ମୁତୟନ କରିବାକୁ ପ୍ରସ୍ତୁତ ରହିଛି। ଏହା ମାଧ୍ୟମରେ ଚୀନକୁ ଦିଆଯାଇପାରିବ ଉଚିତ ଜବାବ। ଚିନାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୨୦ ପଞ୍ଚମ ଜେନେରସନର ହୋଇଥିଲେ ହେଁ ରାଫେଲ ଏହାର ମୁକାବିଲା କରିବାକୁ ସକ୍ଷମ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସେମାନଙ୍କ ମତରେ ରାଫେଲ ଭାରତର ଶକ୍ତି ବଢାଇଛି। ଏହି ମଲ୍ଟି ରୋଲ ଯୁଦ୍ଧ ବିମାନକୁ ଭୂପୃଷ୍ଠରେ ଯୁଦ୍ଧ ତୋପକୁ ଧ୍ୱଂସ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ୩୭୦୦ କିମି ଦୂର ଲକ୍ଷ୍ୟ ଭେଦ କରିପାରୁଥିବା ରାଫେଲର ଘଣ୍ଟାପ୍ରତି ବେଗ ରହିଛି ୧,୩୮୯ କିଲୋମିଟର। ଓଜନ ୨୪,୫୦୦ କେଜି ହୋଇଥିବ ବେଳେ ୯,୫୦୦ କେଜିର ସାମଗ୍ରୀ ପରିବହନ କରିପାରିବ। ଛୋଟ ଛୋଟ ପରମାଣୁ ବୋମା ମଧ୍ୟ ବହନ କରିପାରିବ ଏହି ବିମାନ।

ସେହିପରି ଚୀନର ଜେ-୨୦ ସହିତ ଯଦି ରାଫେଲକୁ ତୁଳନା କରାଯାଏ ତେବେ ରାଫେଲର ଲକ୍ଷ୍ୟଭେଦ କ୍ଷମତା ୩୭୦୦ କିମି ହୋଇଥିବା ବେଳେ ଜେ-୨୦ର ଲକ୍ଷ୍ୟ ଭେଦ କ୍ଷମତା ୧୨ଶହ କିମି। ଏହାକୁ ୨୭ଶହ କିମି ଯାଏ ବୃଦ୍ଧି କରାଯାଇ ପାରିବ। ଯାହାକି ରାଫେଲ ଠାରୁ କମ। କିନ୍ତୁ ଜେ-୨୦ ଓ ରାଫେଲ ୪ଟି ଲେଖାଲ ମିଶାଇଲ ନେଇ ପାରିବେ। ଜେ-୨୦ର ଲମ୍ବା ୨୦.୩ ମିଟରରୁ ୨୦.୫ ମିଟର। ଉଚ୍ଚତା ୪.୪୫ ମିଟର ଓ ୱିଙ୍ଗର ଚଡ଼ଣା ୧୨.୮୮ରୂ ୧୩.୫୦ ମିଟର। ହେଲେ ରାଫେଲର ଲମ୍ବ ୧୫.୩୦ ମିଟିର ଓ ଉଚ୍ଚତା ୫.୩୦ ମିଟର। ୱିଙ୍ଗର ଚଉଡ଼ା ମାତ୍ର ୧୦.୯୦ ମିଟର। ଏହାର ଅର୍ଥ ପାହାଡ଼ିଆ ଅଞ୍ଚଳରେ ଜେ-୨୦କୁ ରାଫେଲ ମାତ ଦେଇପାରିବ।

ଯଦି ପାକିସ୍ତାନର ଏଫ-୧୬କୁ ତୁଳନା କରାଯାଏ ତାହେଲେ ରାଫେଲ ବେଶ ଶକ୍ତିଶାଳୀ ବୋଲି ବିବେଚନା କରାଯିବ। କାରଣ ଏଫ-୧୬ରେ ସିଙ୍ଗଲ ଇଞ୍ଜିନ। ରାଫେଲର ଡବଲ ଇଞ୍ଜିନ। ସେହିପରି ଏଫ-୧୬ ୪ର୍ଥ ପିଢ଼ିର ଯୁଦ୍ଧ ବିମାନ ହୋଇଥିବା ବେଳେ ରାଫେଲ ୪.୫ ପିଢ଼ିର।

ବିଶେଷଜ୍ଞମାନେ କହିଛନ୍ତି ଭାରତୀୟ ବାୟୁସେନାକୁ ରାଫେଲ ଯଥେଷ୍ଟ ଶକ୍ତିଶାଳୀ କରିବ। ଉଭୟ ଚୀନ ଓ ପାକିସ୍ତାନର ସମସ୍ତ ଅତ୍ୟାଧୁନିକ ଯୁଦ୍ଧ ବିମାନର ମୁକାବିଲା ପାଇଁ ସକ୍ଷମ। ପାକିସ୍ତାନର ଏଫ୍‌-୧୬ ଓ ଚୀନର ଜେଏଫ୍‌-୧୭ ବିମାନ ତୁଳନାରେ ଭାରତୀୟ ବାୟୁସେନା ଯେଉଁ ପଛରେ ରହିଛି ବୋଲି ଯାହା କୁହାଯାଉଥିଲା ଏବେ ରାଫେଲ୍‌ ତାହା ପୂରଣ କରିବ।

ମତାମତ ଦିଅନ୍ତୁ ।