ଭାରତ ଓ ଚୀନ ସହଯୋଗୀ ହେବା ଉଚିତ : ଚୀନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ଲଙ୍କାରେ ହରିଶବ୍ଦ ପରି ଚୀନ ଏବେ ତା’ର ଭାଷା ବଦଳାଇ ଶାନ୍ତି କଥା କହୁଛି। ପାଖାପାଖି ଦୁଇମାସ ହେଲା ସୀମାରେ ସୈନ୍ୟ ଠୁଳକରି ଚୀନ ଉତ୍ତେଜନା ସୃଷ୍ଟି କରିଥିଲା। ଭାରତ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେବାପରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସୁନ ୱେଡଙ୍ଗ୍‌ ଆଜି କହିଛନ୍ତି ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ପରିବର୍ତ୍ତେ ସହଯୋଗୀ ହେବା ଉଚିତ। ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ।

ଶୁକ୍ରବାର ସେ କହିଛନ୍ତି ପ୍ରାୟ ୨ ହଜାରରୁ ଅଧିକ ବର୍ଷ ଧରି ଭାରତ ଓ ଚୀନ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିଆସିଛନ୍ତି। ଦୁଇଦେଶ ମଧ୍ୟରେ ସୀମା ବିବାଦ ଜଟିଳ ଓ ସଂବେଦନଶୀଳ ରହିଛି। କିନ୍ତୁ ଆମକୁ ଶାନ୍ତିପୂର୍ଣ୍ଣଭାବେ ବସି ଏହାର ଏକ ଗ୍ରହଣଯୋଗ୍ୟ ସମାଧାନ ବାହାର କରିବାକୁ ହେବ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ସଂଦେହକୁ ଦୂର କରିବାକୁ ପଡିବ। ଗଲଓ୍ଵାନ ଘାଟି ସଂଘର୍ଷ ସମ୍ପର୍କରେ ମତରଖି ସେ କହିଛନ୍ତି ଏପରି ପରିସ୍ଥିତି ଭାରତ କିମ୍ବା ଚୀନ କେହି ଦେଖିବାକୁ ଚାହୁଁନାହାନ୍ତି। କିନ୍ତୁ ଗତ ରବିବାର ପୂର୍ବରୁ ସୀମାରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟିକରି ଭାରତକୁ ଧମକ ଦେବାକୁ ପଛାଇନଥିଲା।

ମତାମତ ଦିଅନ୍ତୁ ।