ଚୀନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିବନି : ଜୋ ବାଇଡେନ୍‌

ଓ୍ଵାସିଟନ୍‌ : ଉଦ୍ଭାବନ ଓ ଭିତ୍ତିଭୂମି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଟପି ଚୀନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିବ ନାହିଁ। ଏହା କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌।

ହ୍ଵାଇଟ୍‌ ହାଉସ୍‌ରେ ବାଇଡେନ୍‌ କହିଛନ୍ତି ଚୀନ୍‌ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ମୁଁ ଦେଖୁଛି। ବିଶ୍ୱର ଅଗ୍ରଣୀ, ବିତ୍ତଶାଳୀ ଓ ସର୍ବଶକ୍ତିମାନ ରାଷ୍ଟ୍ରରେ ପରିଣତ ହେବା ହେଉଛି ସେମାନଙ୍କର ସାମଗ୍ରିକ ଲକ୍ଷ୍ୟ। କିନ୍ତୁ ମୁଁ କ୍ଷମତାରେ ଥିବାଯାଏଁ ତାହା ହୋଇପାରିବ ନାହିଁ। କାରଣ ଯୁକ୍ତରାଷ୍ଟ୍ର ଆମେରିକା ସମୃଦ୍ଧ ଓ ପ୍ରସାରିତ ହେବା ଆରମ୍ଭ କରିଛି।

କେବଳ ସେତିକି ନୁହେଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଚୀନ୍‌ ବିପକ୍ଷରେ କଟକଣା ଓ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ବାଇଡେନ୍‌ ଚୀନ୍‌କୁ ଦାୟୀ କରିଛନ୍ତି। ସେହିପରି ବାଇଡେନ୍‌ଙ୍କ ଟିମ୍‌ ମଧ୍ୟ ବେଜିଙ୍ଗ୍‌ର ଅର୍ଥନୀତି ଓ ମାନବିକ ଅଧିକାର କାର୍ଯ୍ୟକଳାପ ଉପରେ ଟ୍ରମ୍ପ୍‌ ଜାରି କରିଥିବା କଟକଣା ବଜାୟ ରଖିଛି। କିନ୍ତୁ ଚୀନ୍‌ରୁ ଆମଦାନି ପ୍ରମୁଖ ସାମଗ୍ରୀ କିମ୍ବା ବାଧ୍ୟବାଧ୍ୟକତାରେ ସେଠାକାର ଶ୍ରମିକମାନେ ଉତ୍ପାଦନ କରୁଥିବା ସାମଗ୍ରୀ ଉପରେ ନିଷେଧାଦେଶ କାଏମ ରଖିବା ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ବାଇଡେନ୍‌ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button