ଚୀନ ଧୂଳି ଝଡ଼ରେ ୩୪୧ ନିଖୋଜ

ନୂଆଦିଲ୍ଲୀ : ଚୀନର ବେଜିଙ୍ଗରେ ଭୟଙ୍କର ଧୂଳି ଝଡ଼ ହୋଇଛି। ହଳଦିଆ ଆଲୋକରେ ଆଚ୍ଛାଦିତ ହୋଇଯାଇଛି ସମଗ୍ର ସହର। ଫଳରେ ଲୋକେ ଦିନରେ ଗାଡ଼ିର ହେଡଲାଇଟ ଲଗାଇ ଯାତାୟତ କରିବାକୁ ବାଧ୍ୟ ହୋଇଛନ୍ତି। ୩୪୧ଜଣ ଲୋକ ନିଖୋଜ ହୋଇଯାଇଥିବା ବେଳେ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। କେବଳ ସେତିକି ନୁହେଁ ଧୂଳି ଝଡ଼ ପରେ ବେଜିଂରେ ବାୟୁ ଗୁଣବତ୍ତା ସ୍ତର ୫୦୦ ଅତିକ୍ରମ କରିଥିବାରୁ ଏଭଳି ସ୍ଥିତିକୁ ଡାକ୍ତର ଓ ବୈଜ୍ଞାନିକମାନେ ସାଂଘାତିକ ବୋଲି କହିଛନ୍ତି।

ଖବର ହେଲା ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଓ ଚୀନ୍‌ର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଏହି ଝଡ଼ ଆସିଛି। ବେଜିଂ ଓ ଏହାର ଆଖପାଖ ଅଞ୍ଚଳରେ ୟେଲୋ ୱାର୍ଣ୍ଣି ଜାରି କରି ଚୀନ ପାଣିପାଗ ବିଭାଗ କହିଛି ଧୂଳି ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଓ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି।

Leave a Reply

Your email address will not be published. Required fields are marked *

Back to top button