ଚୀନ କରୋନା ଟିକା ନେଲେ ବେଜିଂ ଯିବାକୁ ମିଳିବ ଭିସା

0

ବେଜିଂ : ବିଦେଶୀ ନାଗରିକଙ୍କ ପାଇଁ ଚୀନ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଆମେରିକା, ଭାରତ ଓ ପାକିସ୍ତାନ ଭଳି କିଛି ଦେଶ ପାଇଁ ସୀମାରେ ଲଗାଇଥିବା କଟକଣା କୋହଳ କରିଛି। କିନ୍ତୁ ନିର୍ଦ୍ଦେଶନାମା କୁହାଯାଇଛି ଚୀନରେ ପ୍ରବେଶ କରିବାକୁ ଚାହୁଁଥିବା ବିଦେଶୀ ନାଗରିକମାନକୁ ଚୀନ ବିକଶିତ ଯେକୌଣସି କରୋନା ଟିକା ନେବାକୁ ପଡ଼ିବ। ଏହି ଟିକା ଯେଉଁମାନେ ନେଇଥିବେ ସେମାନଙ୍କୁ ବେଜିଂରେ ପ୍ରବେଶ ପାଇଁ ମିଳିବ ଭିସା।

ଚୀନ ସରକାର ବିଭିନ୍ନ ରାଷ୍ଟ୍ରରେ ଥିବା ଚୀନ ଦୂତାବାସକୁ ଜାରି କରିଥାଇବ ନିର୍ଦ୍ଦେଶନାମରେ କହିଛନ୍ତି କିଛି ନିର୍ଦ୍ଦିଷ୍ଟ ବିଦେଶୀ ନାଗରିକଙ୍କୁ ବେଜିଂ ପ୍ରବେଶ ପାଇଁ ଭିସା ଦେଇପାରିବେ। ଯେଉଁମାନେ ଚୀନ ପ୍ରସ୍ତୁତ କରୋନା ଟିକା ନେଇଥିବେ ସେମାନଙ୍କୁ ଦୂତାବାସ ପକ୍ଷରୁ ଭିସା ପ୍ରଦାନ କରାଯିବ। ଭିସା ପାଇଁ ଆବେଦନ କରିବାକୁ ଥିବା ଲୋକମାନେ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିବେ କିମ୍ବା ଅତିକମରେ ଆବେଦନର ୧୪ ଦିନ ପୂର୍ବରୁ ଟିକାର ପ୍ରଥମ ଡୋଜ୍‌ ନେଇଥିବେ।

ଭାରତୀୟମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ହେଲେ ଭାରତରେ ଏଯାଏ କୌଣସି ଚାଇନିଜ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିନଥିବାରୁ ଚୀନ ଯିବାକୁ ଚାହୁଁଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.