ଚୀନ୍ ପରୀକ୍ଷଣ କଲା ମିଶାଇଲ

ନୂଆଦିଲ୍ଳୀ : ଚୀନ୍ ମଧ୍ୟମ ଦୂରଗାମୀ ହଙ୍ଗ କି-୧୬ ମିଶାଇଲ ପରୀକ୍ଷଣ କରିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୪୦ ରୁ ୭୦ କିଲୋମିଟର। ଏହାଦ୍ୱାରା କ୍ରୁଜ ମିଶାଇଲ, ଫାଇଟର ଜେଟ୍, ଛୋଟ କିମ୍ବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିଶାଇଲ ଉପରେ ଆକ୍ରମଣ କରାଯାଇପାରିବ। ଏୟାର ଡିଫେନ୍ସ ସିଷ୍ଟମରେ ବ୍ୟବହାର ହୋଇ ପାରୁଥିବା ଏହି ମିଶାଇଲ ଆକାଶମାର୍ଗରୁ ଆସୁଥିବା କୌଣସି ବିପଦ ସମ୍ପର୍କରେ ସୂଚନା ପାଇବା କ୍ଷଣି ତା’ ଉପରେ ଆକ୍ରମଣ କରିବ।

ରୁଷର ବକ୍-ଏମ୨ ମିଶାଇଲକୁ ନକଲ କରି ଚୀନ ଏହାକୁ ତିଆରି କରିଛି। ସାଧାରଣତଃ ଏହି ମିଶାଇଲ ସିଷ୍ଟମକୁ ଟ୍ରକରେ ଲୋଡ୍ କରି ନିଆଯାଇଥାଏ। କିନ୍ତୁ ଏହା ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜାରେ ମଧ୍ୟ ଲଗାଯାଇ ପାରିବ। ଚୀନ୍ ଏହାକୁ ମରୁଭୂମି ଅଞ୍ଚଳରେ ପରୀକ୍ଷଣ କରିଛି।

ମତାମତ ଦିଅନ୍ତୁ ।